ଏଜି ଛକରେ ଲାଗିଲା ସ୍ଥାୟୀ ସେଡ଼

ଏଜି ଛକରେ ଲାଗିଲା ସ୍ଥାୟୀ ସେଡ଼

ଏଜି ଛକରେ ଲାଗିଲା ସ୍ଥାୟୀ ସେଡ଼

ଗ୍ରୀଷ୍ମ ଦାଉରୁ  ପ୍ରବଳ ଖରାରୁ ଲୋକଙ୍କୁ  ରକ୍ଷା ପାଇବା ପାଇଁ ଏଜି ଛକରେ ଲାଗିଲା ସ୍ଥାୟୀ ସେଡ଼।  କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ପଟୁକୁ ଆସିଲା ବେଳେ ଟ୍ରାଫିକ ପୋଷ୍ଟ ରେ ଲାଗିଛି ସ୍ଥାୟୀ ସେଡ। ଲୁହା ଖମ୍ଭ ଉପରେ ଫ୍ରେବିକ ର କଭର ଦିଆ ହୋଇଛି। ସେଡ଼ କୁ ଧଳାର ରଙ୍ଗର ରହିଛି। ଉଚ୍ଚତା 24 ଫୁଟ ଥିବା ବେଳେ ଲମ୍ବା 52 ଫୁଟ ରହିଛି। ଆଗାମୀ ଦିନରେ ସଚିବାଳୟ ମାର୍ଗରୁ ଏଜି ପଟକୁ ଆସିଲା ବେଳେ ସେଡ ଲାଗିବ।

 ବାଇକ ଅରୋହିଙ୍କ ସୁରକ୍ଷା ଲାଗି ବିଏମସିର ଚିନ୍ତା କରିଛି। ଖାରାରେ ହଲମେଟ ପିନ୍ଧିଥିଲେ ବି ମୁଣ୍ଡ ଘୁରେଇ ଯାଉଥିଲା। ତାତିରେ ପାଦ ପୋଡି ଯାଉଥିଲା। ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସେଡ଼ ଲଗାଇଛି।

ସହରର ପ୍ରମୁଖ 15ଟି ଛକରେ ଅସ୍ଥାୟୀ ସେଡ୍  ଲଗାଯାଇଛି। କାଳବୈଶାଖୀ ତାଣ୍ଡବରେ ନାଲୋକ ଛକରେ ଲାଗିଥିବା ସେଡ ଭାଙ୍ଗି ଯାଇଥିଲା। ଅନ୍ୟ ଛକ ଗୁଡିକରେ  ଜରି ଉଡେଇ ନେଇ ଯାଇଥିଲା।     ବ୍ୟୁରୋ ରିପୋର୍ଟ ୟୁବିସି ଓଡ଼ିଆ ।