ଏକଜିଟ୍ ପୋଲ୍ ରେଜଲ୍ଟ- ଗୁଜରାଟରେ ସରକାରରେ ପୁଣି ବିଜେପି ସରକାର
ଏକଜିଟ୍ ପୋଲ୍ ରେଜଲ୍ଟ- ଗୁଜରାଟରେ ସରକାରରେ ପୁଣି ବିଜେପି ସରକାର
ଅହମଦାବାଦ : ଗୁଜରାଟରେ ଶେଷ ହୋଇଛି ମତଦାନ । ମୋଟ ଦୁଇଟି ପର୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅନ୍ତିମ ପର୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଛି । ଦ୍ବିତୀୟ ପର୍ୟ୍ୟାୟରେ ମୋଟ ୫୯ ପ୍ରତିଶତ ମତଦାନ ହୋଇଛି । ଭୋଟିଂ ପ୍ରକ୍ରିୟା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ୍ । ଗତ ୨୭ ବର୍ଷ ହେଲା ଗୁଜରାଟରେ ସରକାରରେ ଥିବା ବିଜେପି ପୁଣି ସରକାର ଗଠନ କରିବାକୁ ଯାଉଛି । ମୋଟ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ବହୁମତ ସାବ୍ୟସ୍ତ କରିବାକୁ ୯୨ଟି ସିଟ୍ ଆବଶ୍ୟକ । ଅଧିକାଂଶ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଜେପି ପୂର୍ଣ୍ଣ ବହୁମତ ପାଇବାକୁ ଯାଉଛି । ତେବେ ନଜର ପକାନ୍ତୁ କାହାକୁ କେତେ ସିଟ୍ ମିଳିବାର ଆକଳନ କରାଯାଉଛି ।
କାହାକୁ କେତେ ସିଟ୍?
P-MARQର ସର୍ଭେ ରିପୋର୍ଟ ଅନୁଯାୟୀ ବିଜେପି ୧୨୮-୧୪୮ ସିଟ୍ ପାଇବାକୁ ଯାଉଥିବା ବେଳେ କଂଗ୍ରେସ ୩୦-୪୨ଟି ସିଟ୍ରେ ସୀମିତ ରହିବ ଏବଂ ଆପକୁ ୦୨-୧୦ ସିଟ୍ ମିଳିବ । ସେହିଭଳି ଟିଭି୯ ଭାରତବର୍ଷର ସର୍ଭେ ଅନୁଯାୟୀ ବିଜେପିକୁ ୧୨୫-୧୩୦ ସିଟ୍ ମିଳିବାକୁ ଥିବାବେଳେ କଂଗ୍ରେସକୁ ୪୦-୫୦ ସିଟ୍, ଆପ୍କୁ ୦୩-୦୫ ଏବଂ ଅନ୍ୟାନ୍ୟ ୦୩-୦୭ଟି ସିଟ୍ ପାଇବେ । NEWS-X ରିପୋର୍ଟ ଅନୁଯାୟୀ, ବିଜେପିକୁ ୧୧୭-୧୪୦ ସିଟ୍, କଂଗ୍ରେସକୁ ୩୪-୫୧ ସିଟ୍ ଏବଂ ଆପ୍କୁ ୦୬-୧୩ ସିଟ୍ ମିଳିବ ।




admin 