ଋକୁଣା ରଥଯାତ୍ରା : ଖଳାରେ ପହଂଚିଲାନି କାଠ

ଋକୁଣା ରଥଯାତ୍ରା : ଖଳାରେ ପହଂଚିଲାନି କାଠ

ଭୁବନେଶ୍ୱର : ମାର୍ଚ୍ଚ ୯ ରେ ଋକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ରଥାରୁଢ ହୋଇ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହାକୁ ନେଇ ଚଳଚଂଚଳ ହୋଇ ଉଠେ ଏକାମ୍ର କ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁ ଛୁଟିଆସନ୍ତି ଦିଅଁକୁ  ଦର୍ଶନ କରିବା ଲାଗି । ଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଲିଙ୍ଗରାଜଙ୍କୁ କଥା ଦେଇଥାନ୍ତି ।

ଶ୍ରୀ ପଂଚମୀ ଦିନ ରଥକାଠ ଅନୂକୁଳ ପରେ ମହାରଣା ସେବାୟତ ମହାପ୍ରଭୁଙ୍କ ଭାସ୍କରେଶ୍ୱର ଯାତ୍ରାରେ ସାମିଲ ହୋଇ ରଥ ପାଇଁ ମାପ ଆଣିଥାନ୍ତି । ମନ୍ଦିର ପ୍ରଶାସନ ଆଜ୍ଞାମାଳ ନେଇ ନୟାଗଡ଼ ଜଙ୍ଗଲକୁ ଯାଇଥାନ୍ତି । ଦୋଳପୂର୍ଣ୍ଣିମା ପୂର୍ବରୁ ଗୋଟିଏ କାଠଗଣ୍ଡି ରଥ ଖଳାରେ ପହଂଚିବା ପରେ ମହାରଣା ସେବାୟତଙ୍କ ଦ୍ୱାରା ଅନୁକୂଳ ହୋଇ ରଥକାମ ଆରମ୍ଭ ହୋଇଥାଏ ।

ଦୋଳପୂର୍ଣ୍ଣିମା ଆଉ ୮ ଦିନ ରହିଲା । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏଯାଏଁ କୈାଣସି ପ୍ରସ୍ତୁତି ହୋଇନାହିଁ । ରଥକାଠ ସଂଗ୍ରହ ଓ ଆଣିବାରେ ଘୋର ବ୍ୟତିକ୍ରମ ହୋଇଛି । ସଠିକ ସମୟରେ କାଠ ନପହଂଚିଲେ ରଥ ତିଆରି ବିଳମ୍ବ ହୋଇପାରେ । ଗତବର୍ଷ ମଧ୍ୟ ଏଭଳି ବିଭ୍ରାନ୍ତ ହୋଇଥିଲା । ଏବର୍ଷ ରଥଯାତ୍ରା ବିଭ୍ରାଟକୁ ଏଡ଼ାଇ ହେବନି ।