ଉପ ନିର୍ବାଚନରେ ବୈଠକ ନେଇ ଗାଇଡଲାଇନ ଜାରି : ଜାଣନ୍ତୁ କଣ ରହିଛି କଟକଣା

ଉପ ନିର୍ବାଚନରେ ବୈଠକ ନେଇ ଗାଇଡଲାଇନ ଜାରି : ଜାଣନ୍ତୁ କଣ ରହିଛି କଟକଣା

ଉପ ନିର୍ବାଚନରେ ବୈଠକ ନେଇ ଗାଇଡଲାଇନ ଜାରି : ଜାଣନ୍ତୁ କଣ ରହିଛି କଟକଣା
ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ପୂର୍ବରୁ ଆଜି ସଭା ସମିତି ସମ୍ପର୍କିତ ଗାଇଡଲାଇନ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । କୌଣସି ହଲ ଅଥବା ସଭାଗୃହରେ ବୈଠକ କରାଯାଉଥିଲେ ସିଟ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ । ତେବେ ସର୍ବାଧିକ ୨୦୦ ଲୋକ କୌଣସି ବୈଠକରେ ସାମିଲ ହୋଇ ପାରିବେ । ମାସ୍କ ଏବଂ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ରଖାଯାଇଛି । ସଭାଗୃହରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ସାନିଟାଇଜର ବ୍ୟବହାର କରାଯିବ । ତେବେ ଖୋଲାସ୍ଥାନରେ ହେଉଥିବା ବୈଠକରେ କେତେ ଲୋକ ଯୋଗ ଦେବେ ତାହା ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।