ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ବୁଲିଲା ବୁଲ୍ଡୋଜର
ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ବୁଲିଲା ବୁଲ୍ଡୋଜର
ନୂଆଦିଲ୍ଲୀ: ଦେଶରେ ବୁଲ୍ଡୋଜରର ଭୟ ଏବେ ସମସ୍ତଙ୍କୁ ଘାରିଛି। ଦଙ୍ଗାକାରୀଙ୍କୁ ବେଘର କରିବାକୁ ଯେପରି ପଣ କରିଛନ୍ତି ସରକାର। ଉତ୍ତର ପ୍ରଦେଶରେ ବୁଲ୍ଡୋଜରର ଭୟ ପରେ ମଧ୍ୟ ପ୍ରଦେଶ ଏବଂ ଏବେ ଦେଶର ରାଜଧାନୀରେ ଦିଲ୍ଲୀରେ ବୁଲିଛି ବୁଲଡୋଜର। ବିଶେଷକରି ଜାହାଙ୍ଗୀରପୁରୀରେ ଯେଉଁଠି ପ୍ରଭୁ ଶ୍ରୀରାମଙ୍କ ଶୋଭାଯାତ୍ରା ବେଳେ ପଥରମାଡ଼ କରାଯାଇଥିଲା ସେହି ସ୍ଥାନରେ ଆରମ୍ଭ ହୋଇଛି ଏମ୍ସିଡିର ବଡ଼ କାର୍ୟ୍ୟାନୁଷ୍ଠାନ। ଏହି ଘଟଣାରେ ଦିଲ୍ଲୀ ପୁଲିସ ପାଖାପାଖି ୨୭ ଦଙ୍ଗାକାରୀଙ୍କୁ ଗିରଫ କରିଥିବା ବେଳେ ଏବେ ଏମ୍ସିଡି ପକ୍ଷରୁ ଅବୈଧ ନିର୍ମାଣ ନାମରେ ଆରମ୍ଭ ହୋଇଛି ଦଙ୍ଗାକାରୀଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ। ପ୍ରାୟ ୯ଟି ବୁଲ୍ଡୋଜର୍ ସେହି ରାସ୍ତାରେ ଯେଉଁ ରାସ୍ତାରେ ଦଙ୍ଗାକାରୀମାନେ ରାମଲାଲା ଙ୍କ ଶୋଭାଯାତ୍ରା ବେଳେ ପଥର ଫିଙ୍ଗିଥିଲେ, ଭଙ୍ଗାରୁଜା କରିଥିଲେସେହି ସ୍ଥାନରେ ଆରମ୍ଭ ହୋଇଛି ଏହି କାର୍ୟ୍ୟାନୁଷ୍ଠାନ। ଆଜି ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀ ମହାନଗୀ ନିଗମର କର୍ମଚାରୀ, ବ୍ୟାପକ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି।




admin 