ଇମୁ୍ୟନିଟି ବଢାଇବ ଲିଚୁ, ଜାଣନ୍ତୁ କେମିତି

ଇମୁ୍ୟନିଟି ବଢାଇବ ଲିଚୁ, ଜାଣନ୍ତୁ କେମିତି

ଇମୁ୍ୟନିଟି ବଢାଇବ ଲିଚୁ, ଜାଣନ୍ତୁ କେମିତି
ଗ୍ରୀଷ୍ମଋତୁରେ ଲିଚୁର ପ୍ରଚୁର ପରିମାଣରେ ମିଳିଥାଏ । ଲିଚୁ ହେଉଛି ଏକ ସ୍ୱାଦିଷ୍ଟ ଫଳ । ପିଲା ଠୁ ବୁଢା ଏହି ଫଳକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ପାଟିକୁ ସୁଆଦିଆ ଲାଗିଥାଏ । ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଏହା ବିଭିନ୍ନ ପ୍ରକାର ରୋଗ ବେମାରୀ ଠାରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ ସି, ଭିଟାମିନ ବି୬, ଫୋଲେଟ, ପୋଟାସିୟମ, ଫସଫରସ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତ୍ତ୍ୱ ଭରି ରହିଥାଏ । ସେଥିପାଇଁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । -ଲିଚୁ ଖାଇବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥଇରେ ଫାଇବର ମାତ୍ରା ଭରପୁର ରହିଥାଏ । ଏହା ସହିତ ଏହାକୁ ସେବନ କରିବା ଦ୍ୱାରା ଏହା ବାନ୍ତି ସମସ୍ୟାକୁ ଦୂର କରିଥାଏ । -ବ୍ଲଡପ୍ରେସର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଲିଚୁ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । -ଲିଚୁ ଶରୀରରେ ଜଳୀୟଅଂଶ ଅଭାବକୁ ଦୂର କରିଥାଏ । ପ୍ରତିଦିନ ଲିଚୁ ଖାଇବା ଦ୍ୱାରା, ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ । -ଲିଚୁ ପାଣି ଓ ଫାଇବର ଅଧିକ ମାତ୍ରାରେ ଥିବାରୁ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । -ଏଥିରେ କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମ ରହିଥିବାରୁ ଏହା ହାଡକୁ ମଜବୁତ କରିବାରେ ସହାଯ୍ୟ କରିଥାଏ ।