ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଅଧିକ ଫୋକସ
ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଅଧିକ ଫୋକସ
admin
Aug 13, 2019 - 07:39
Updated: Aug 13, 2019 - 07:39
ଭୁବନେଶ୍ୱର: ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ସେହିପରି ମଝିରେ ମଝିରେ ନୂଆ ନିଷ୍ପତ୍ତି ମଧ୍ୟ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାର ଉନ୍ନତି ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି । ତଦନୁଯାୟୀ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଏଣିକି-
୧- ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଅଧିକ ସମୟ ପଢାଯିବ ।
୨- ପ୍ରତି ବିଷୟକୁ ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢଘଣ୍ଟା ପଢାଯିବ ।
୩- ସମ୍ପୃକ୍ତ ୩ ବିଷୟରେ ପିଲା କମ ନମ୍ବର ରଖୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
୪- ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।
୫- ପାଇଲଟ ବେସିସରେ ଜିଲ୍ଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯିବ ।
୬- ସେହି ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ।
୭- ପରେ ଏହି ବ୍ୟବସ୍ଥା ବ୍ଲକସ୍ତରରେ ଲାଗୁ କରାଯିବ ।
ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।