ଆହାର କେନ୍ଦ୍ରକୁ ଆଇଏସ୍ଓ ମାନ୍ୟତା

ଆହାର କେନ୍ଦ୍ରକୁ ଆଇଏସ୍ଓ ମାନ୍ୟତା

ଆହାର କେନ୍ଦ୍ରକୁ ଆଇଏସ୍ଓ ମାନ୍ୟତା
ଭୁବନେଶ୍ୱର: ଆହାର କେନ୍ଦ୍ରକୁ ମିଳିଲା ଆଇଏସ୍ଓ ମାନ୍ୟତା । ରାଜ୍ୟ ବିଭିନ୍ନ ସହରାଞ୍ଚଳରେ ଥିବା ୧୮୫ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳକୁ ଆଇଏସଓ ପ୍ରମାଣ ପତ୍ର ମିଳିଛି । ଏଥିପାଇଁ ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ସହଯୋଗରେ ହାତ ବଢ଼ାଇଥିବା ଶିଳ୍ପ ସଂସ୍ଥା ଗୁଡ଼ିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ କରି ନବୀନ ଏହି ଧନ୍ୟବାଦ ଜଣାଇଛନ୍ତି । ସହରାଞ୍ଚଳରେ ଗରିବ ଲୋକଙ୍କୁ ୫ଟଙ୍କିଆରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆହାର କେନ୍ଦ୍ର ଖୋଲିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଯୋଗୁ ହଜାର ହଜାର ଲୋକେ ପ୍ରତିଦିନ ଶସ୍ତାରେ ରନ୍ଧା ଖାଦ୍ୟ ଖାଇବାକୁ ପାଉଛନ୍ତି । ତେବେ ଏହି ଆହାର କେନ୍ଦ୍ରକୁ ଆଇଏସଓ ପ୍ରମାଣ ପତ୍ର ମିଳିବା ସରକାରଙ୍କ ପାଇଁ ଏକ ବଡ଼ ସଫଳତା ।