ଆସନ୍ତା ୨୦ ତାରିଖରେ ଶପଥ ନେବେ ପିନରାୟୀ ବିଜୟନ, ନୂଆ ମନ୍ତ୍ରିମଣ୍ଡଳରେ ଜଣେ ବି ପୁରୁଣା ମନ୍ତ୍ରୀ ରହିବେନି

ଆସନ୍ତା ୨୦ ତାରିଖରେ ଶପଥ ନେବେ ପିନରାୟୀ ବିଜୟନ, ନୂଆ ମନ୍ତ୍ରିମଣ୍ଡଳରେ ଜଣେ ବି ପୁରୁଣା ମନ୍ତ୍ରୀ ରହିବେନି

ଆସନ୍ତା ୨୦ ତାରିଖରେ ଶପଥ ନେବେ ପିନରାୟୀ ବିଜୟନ, ନୂଆ ମନ୍ତ୍ରିମଣ୍ଡଳରେ ଜଣେ ବି ପୁରୁଣା ମନ୍ତ୍ରୀ ରହିବେନି
ତିରୁଅନନ୍ତପୁରମ: କେରଳର ଏଲଡିଏଫ ସରକାର ଆସନ୍ତା ୨୦ ତାରିଖରେ ଶପଥ ନେବେ । ଲଗାତାର ଦ୍ୱିତୀୟ ଥର ପାଇଁ ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ବର୍ତ୍ତମାନର କୌଣସି ମନ୍ତ୍ରୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବ ନାହିଁ । ଏପରିକି କରୋନାର ଉତ୍ତମ ପରିଚାଳନା ପାଇଁ ପ୍ରଶଂସାର ପାତ୍ର ପାଲଟିଥିବା କେ କେ ସେଲଜା ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ରହିବେ ନାହିଁ । ଉଲ୍ଲେଖଯୋଗ୍ୟ ସେଲଜା ଜଣେ ଦକ୍ଷ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କେବଳ କରୋନା ନୁହେଁ ନିପା ଭୂତାଣୁ ସଂକ୍ରମଣକୁ ମଧ୍ୟ ସେ ସଫଳତାର ସହ ପରିଚାଳନା କରିଥିଲେ । ସେଲଜା ତାଙ୍କ ନିର୍ବାଚନ ମଣ୍ଡଳୀ ମାଟାନୁରରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୬୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ କେରଳରେ ସର୍ବାଧିକ ବୋଲି କୁହାଯାଉଛି ।