ଆଶୀର୍ବାଦଙ୍କ ନିକଟକୁ ପଠାଗଲା ବାଲାଟ ପେପର
ଆଶୀର୍ବାଦଙ୍କ ନିକଟକୁ ପଠାଗଲା ବାଲାଟ ପେପର
admin
Sep 26, 2019 - 08:10
Updated: Sep 26, 2019 - 08:10
ଭୁବନେଶ୍ୱର: ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ସରିଛି । ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ଏଥିପାଇଁ ସେପ୍ଟେମ୍ବର ୨୦ରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ସେହିପରି ୨୧ ତାରିଖରେ ପାର୍ଥୀପତ୍ର ଯାଂଚ କରାଯାଇଥିଲା । ଏନେଇ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି । ସମ୍ପାଦକ ପଦ ଦୈାଡ଼ରେ ଆଶର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ପ୍ରାର୍ଥୀ ରହିଛନ୍ତି ।
ଓସିଏ ନିର୍ବାଚନ ଭୋଟର ତାଲିକାରେ ଆଶୀର୍ବାଦ ବେହେରାଙ୍କର ମଧ୍ୟ ନାଁ ରହିଛି । କିନ୍ତୁ ଆଶର୍ବାଦ ବେହେରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବାରୁ ଭୋଟ ଦେବା ପାଇଁ ସେ ଜେଲ ଅଧିକ୍ଷକଙ୍କ ଜରିଆରେ ଓସିଏକୁ ଚିଠି ଦେଇଥିଲେ । ଆର୍ଶୀବାଦ ବେହେରା ଭୋଟ ଦେଇପାରିବେ ତେଣୁ ଚିଠି ପାଇବା ପରେ ଓସିଏ ନିର୍ବାଚନ ଅଧିକାରୀ ଝାରପଡ଼ା ଜେଲ ଅଧିକ୍ଷକଙ୍କ ପାଖକୁ ୪ଟି ବାଲାଟ ପେପର ପଠାଇଛନ୍ତି । ଓସିଏରେ ମୋଟ ୭୩ଜଣ ଭୋଟର ରହିଛନ୍ତି । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।
ଗତ ୧୯ରେ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଛନ୍ତି । ଓଡ଼ିଶା ପ୍ରିମିୟର ଲିଗ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।