ଆର୍ୟ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍

ଆର୍ୟ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍

ଆର୍ୟ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । NDPS କୋର୍ଟରେ ଶୁକ୍ରବାର ଦିନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ଏକ ଚାର୍ଜସିଟ୍ ଦାଖଲ କରିଛି । ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ୟ୍ୟନ୍ ଖାନଙ୍କ ନାମ ଉଲ୍ଲେଖ ନଥିଲା । ଡ୍ରଗ୍ସ ମାମଲାରେ ଆର୍ୟ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଚାର୍ଟସିଟରେ ମୁନ୍‌ମୁନ୍ ଧମେଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ କ୍ଲିନ୍ ଚିଟ୍ ମିଳିନାହିଁ । ଡ୍ରଗ୍ସ ମାମଲାରେ ଉଭୟଙ୍କୁ ଅଭିଯୁକ୍ତ ବୋଲି ଉଲ୍ଲେଖ କରାଯାଇଛି । ୬ ଜଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲା ନାହିଁ । ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲା ନାହିଁ ସେମାନଙ୍କ ମଧ୍ୟରେ ଆର୍ୟ୍ୟନ୍ ଖାନ୍, ସାହୁ, ଆନନ୍ଦ, ସୁନୀଲ ସେହ, ଅରୋରା ସାମିଲ ଅଛନ୍ତି । ଅବଶିଷ୍ଟ ୧୪ ଜଣଙ୍କ ବିରୋଧରେ କ୍ରୁଜ୍ ଡ୍ରଗ୍ସରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଏକ କ୍ଲିନ୍ ଚିଟ୍ ମିଳିନାହିଁ । ଏହି ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବ ।

ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍‌ । ଯେଉଁଥିରେ ଆର୍ୟ୍ୟନ୍ ଖାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ। ଜଣେ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ୟ୍ୟନ ଖାନଙ୍କୁ ଜାମିନ ମିଳିଥିଲା ।