ଆରପାରିରେ ରବି ସିଂ

ଆରପାରିରେ ରବି ସିଂ

ଆରପାରିରେ ରବି ସିଂ
ଭୁବନେଶ୍ୱର : ବିପ୍ଲବୀ କବି ରବି ସିଂଙ୍କ ପରଲୋକ ହୋଇଯାଇଛି । କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ନିଜ ଶବ୍ଦର ଯାଦୁକରୀରେ ସେ ବିପ୍ଲବର ବହ୍ନି ଲଗାଇ ପାରୁଥିଲେ । ‘ପଥ ପ୍ରାନ୍ତର କବିତା’, ‘ଚରମ ପତ୍ର’, ‘ଶିଥିଳ ବଲଗା’, ‘ଲାଲ ପାଗୋଡ଼ାର ପ୍ରେତ ଓ ଅନ୍ୟ କବିତା’, ‘ଭ୍ରକୁଟି’, ‘ବିଦୀର୍ଣ୍ଣ’, ‘ପଦାତିକ’, ‘ଅପ୍ରୀତିକର କବିତା’, ‘କ୍ଷତ’, ‘ବିଷବାଣୀ’, ‘ଦୁର୍ଗମ ଗିରି’, ‘ସର୍ବହରା’, ‘ଅନାର୍ଯ୍ୟ ଚାର୍ଯ୍ୟପାଦ’ ଭଳି ଅନେକ ପୁସ୍ତକର ସେ ରଚୟିତା । ୨୦୧୭ରେ ତାଙ୍କୁ ଅତିବଡ଼ୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।