ଆମେରିକାରେ ପୁଣି ୬୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ

ଆମେରିକାରେ ପୁଣି ୬୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ

ଆମେରିକାରେ ପୁଣି ୬୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ
ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ପୁଣି ୬୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଶୁକ୍ରବାର ଆମେରିକାରେ ୬୦ ହଜାର ୬୪୬ ନୂଆ ମାମଲା ରିପୋର୍ଟ କରାଯାଇଛି । ଏହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୨୪ ହଜାର ଟପି ଯାଇଛି ଏବଂ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବରୁ ଗତ ୭ ତାରିଖରେ ଆମେରିକା ୬୦ ହଜାର ୨୧ଟି ନୂଆ ମାମଲା ରେକର୍ଡ କରିଥିଲା । ଆମେରିକାର ଫ୍ଲୋରିଡାରେ ସଂକ୍ରମଣ ବଢ଼ିଚାଲିଛି । ଏହା ଏବେ ଆମେରିକାରେ କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । ଫ୍ଲୋରିଡାର ମିଆମି ପ୍ରଦେଶରେ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏଠାରେ କରୋନା ପଜିଟିଭ ହାର ୩୩ ପ୍ରତିଶତରୁ ଅଧିକ ରହିଛି । ଏହି ପ୍ରଦେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗସ୍ତ କରିଥିବା ଜଣାପଡ଼ିଛି । ତେବେ ସଂକ୍ରମଣ ବଢ଼ି ଚାଲିଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧିବାକୁ ରାଜି ହୋଇଛନ୍ତି । ପୂର୍ବରୁ ମାସ୍କ ପିନ୍ଧିବାକୁ ମନା କରିଥିବା ଟ୍ରମ୍ପ ଶେଷରେ କରୋନାର ଭୟଙ୍କର ରୂପ ଦେଖିବା ପରେ ମାସ୍କ ପିନ୍ଧିବାକୁ ରାଜି ହୋଇଛନ୍ତି । ଆମେରିକାର ଜେଲ ଗୁଡ଼ିକରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଆମେରିକା ଜେଲମାନଙ୍କରେ ୧୦୦ ରୁ ଅଧିକ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।