ଆମେରିକାରେ ଟିକଟକ ବ୍ୟବସାୟ ଅଧିଗ୍ରହଣ କରିବ ଓରାକଲ

ଆମେରିକାରେ ଟିକଟକ ବ୍ୟବସାୟ ଅଧିଗ୍ରହଣ କରିବ ଓରାକଲ

ଆମେରିକାରେ ଟିକଟକ ବ୍ୟବସାୟ ଅଧିଗ୍ରହଣ କରିବ ଓରାକଲ
ନ୍ୟୁୟର୍କ : ଆମେରିକାରେ ଟିକଟକର ବ୍ୟବସାୟ ଅଧିଗ୍ରହଣ କରିବାକୁ ଯାଉଛି ଓରାକଲ । ପୂର୍ବରୁ ମାଇକ୍ରୋସଫ୍ଟ ଏହି ଦୌଡରେ ଆଗୁଆ ରହିଥିବା ବେଳେ ମାଇକ୍ରୋ ସଫ୍ଟକୁ ପଛରେ ପକାଇଛି ଓରାକଲ । ସୋମବାର ବାଇଟ ଡ୍ୟାନ୍ସ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇ କୁହାଯାଇଛି କି, ମାଇକ୍ରୋସଫ୍ଟ ସଚିବ ଷ୍ଟିଭେନ୍ ମଞ୍ଚିନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ଓରାକଲ ସହିତ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ସହିତ ଓରାକଲ ପକ୍ଷରୁ ମଧ୍ୟ ସମାନ ଖବରକୁ ସ୍ପଷ୍ଟ କରାଯାଇଛି । ତେବେ ବାଇଟଡ୍ୟାନ୍ସ କେବଳ ନିଜର ବ୍ୟବସାୟ ହସ୍ତାନ୍ତର କରିବ ଏହି ସଫ୍ଟୱେୟାରର ଆଲଗୋରିଦିମ ହସ୍ତାନ୍ତର କରିବ ନାହିଁ ବୋଲି ଜଣାପଡିଛି । ଏହି ଘୋଷଣା ପରେ ଟିକଟକର ଅଂଶଧନ ମୂଲ୍ୟରେ ୪.୩ ପ୍ରତିଶତର ଅଭିବୃଦ୍ଧି ଘଟି ୫୯.୪୪ ଡଲାରରେ ପହଞ୍ଚିଛି । ଆମେରିକା ପରି ଭାରତରେ ମଧ୍ୟ ଟିକଟକ ବ୍ୟାନ ହୋଇଛି । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଭାରତରେ ଟିକଟକର ବ୍ୟବସାୟକୁ କିଣିବା ନେଇ ଆଲୋଚନା କରୁଥିବା ଜଣାପଡିଛି ।