ଆନ୍ଧ୍ର ପରେ ଏବେ ବଙ୍ଗର ଦାଦାଗିରି, ବଳପୂର୍ବକ ନିର୍ମାଣ କରୁଛି ପାଚେରି

ଆନ୍ଧ୍ର ପରେ ଏବେ ବଙ୍ଗର ଦାଦାଗିରି, ବଳପୂର୍ବକ ନିର୍ମାଣ କରୁଛି ପାଚେରି

ଆନ୍ଧ୍ର ପରେ ଏବେ ବଙ୍ଗର ଦାଦାଗିରି, ବଳପୂର୍ବକ ନିର୍ମାଣ କରୁଛି ପାଚେରି

ଭୁବନେଶ୍ବର: ଓଡ଼ିଶାବାସୀ ସବୁବେଳେ ସରଳ ଓ ନିରୀହ।  ଏହି ସରଳତାର ସୁଯୋଗ ନେଇ  କ’ଣ ବଳପୂର୍ବକ ଓଡ଼ିଶାର ଜମିକୁ ମାଡ଼ି ବସିବ ? ସେପଟେ ଆନ୍ଧ୍ର ନାଲି ଆଖି ଦେଖାଇ ମାଡ଼ି ଆସୁଛି ତ ଏପଟେ ପଶ୍ଚିମ ବଙ୍ଗ ନିଜର କହି ଓଡ଼ିଶା ମାଟିକୁ କବ୍‌କା କରୁଛି। ଆନ୍ଧ୍ର ପ୍ରଦେଶ ସହିତ ବିବାଦ ନ ଥମୁଣୁ  ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଣି ପଶ୍ଚିମବଙ୍ଗ ଦାଦାଗିରି କରିଛି। ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରି ନିର୍ମାଣ କାର୍ୟ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ୟ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଭୋଗରାଇ ତହସିଲଦାର ଓ ପୁଲିସ ପହଞ୍ଚି ନିର୍ମାଣ କାର୍ୟ୍ୟ ବନ୍ଦ କରିଛନ୍ତି । ଏଣେ ପୁଣି ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ପାଚେରି କାମ ଆରମ୍ଭ କରିଛି। ଖବର ପାଇ ଘଟଣାସ୍ଥଳରେ ବାଲେଶ୍ୱର ପ୍ରଶାସନ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଉକ୍ତ କାର୍ୟ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଭୟ ଦେଖାଇ ବଳପୂର୍ବକ ପାଚେରି ନିର୍ମାଣ କରୁଥିଲେ।


ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ସ୍ଥଳରେ ପହଞ୍ଚି କାର୍ୟ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ କହିଥିଲେ। ମାତ୍ର ସେମାନେ ବେଆଇନ ଭାବେ ଓଡ଼ିଶା ମାଟିରେ କାର୍ୟ୍ୟ କରୁଥିବା ଜାଣି ଆସି ନ ଥିଲେ।