ଆନ୍ତର୍ଜାତିକ ପର୍ବତାରୋହୀ ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ୱାର୍ଲଡ ବୁକ ଅଫ ରେକର୍ଡସ
ଆନ୍ତର୍ଜାତିକ ପର୍ବତାରୋହୀ ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ୱାର୍ଲଡ ବୁକ ଅଫ ରେକର୍ଡସ
ରୁପ୍ରା: ଆନ୍ତର୍ଜାତିକ ପର୍ବତାରୋହୀ ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ୱାର୍ଲଡ ବୁକ ଅଫ ରେକର୍ଡସ, ୟୁନାଇଟେଡ କିଙ୍ଗଡମରେ ସ୍ଥାନ ପାଇଛନ୍ତି । ଏହି ଅନୁଷ୍ଠାନ ତରଫରୁ ଯୋଗବ୍ୟାସଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି, ଗତବର୍ଷ ଡିସେମ୍ବର ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସହରରେ ‘କାଏରାନ ପିଙ୍କ ସିଟି ହାଫ ମାରାଥନ ଅନଲାଇନ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ସାରା ବିଶ୍ୱର ୨୩ ଦେଶରୁ ପ୍ରାୟ ୪୦,୧୭୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୧୦ କିମି ମାରାଥନରେ ଯୋଗବ୍ୟାସ ଭାଗ ନେଇ ୧୨,୨୭୦ କିମି ମିଟର ଦୂରତାକୁ ୧ ଘଣ୍ଟା ୫୨ ମିନିଟ ୩୩ ସେକେଣ୍ଡରେ ସଫଳତାର ସହିତ ଅତିକ୍ରମ କରି କୃତିତ୍ୱ ଅର୍ଜନ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ପଦକ, ଇ-ସାର୍ଟିଫିକେଟ ଦିଆଯାଇଥିଲା । ଏହି ମାରାଥନ ଦେଶର ସବୁଠାରୁ ବୃହତ୍ତର ଭର୍ଚୁଆଲ ମାରାଥନ ଅଟେ । ତେଣୁ ଏହି ମାରାଥନକୁ ୱାର୍ଲଡ ବୁକ ଅଫ ରେକର୍ଡସ ୟୁନାଇଟେଡ କିଙ୍ଗଡମରେ ସାମିଲ କରାଯିବ ସହିତ ଭାଗ ନେଇଥିବା ପ୍ରତିଯୋଗୀଙ୍କ ରେକର୍ଡ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଯୋଗବ୍ୟାସ ଆଗରୁ ଗିନିଜ ୱାର୍ଲଡ ରେକର୍ଡସ ସାର୍ଟିଫିକେଟ ମଧ୍ୟ ପାଇଛନ୍ତି । ଏହି ସଫଳତାର ଶ୍ରେୟ ନିଜ ଗାଁ ରୁପ୍ରା, କଳାହାଣ୍ଡି ତଥା ଓଡ଼ିଶାବାସୀଙ୍କ ପାଖକୁ ଯାଉଛି ବୋଲି ଶ୍ରୀ ଭୋଇ କହିଛନ୍ତି । ଏ ନେଇ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।