ଆଜି ପିଏମ୍ କିଷାନର ସହାୟତା ରାଶି

ଆଜି ପିଏମ୍ କିଷାନର ସହାୟତା ରାଶି

ନୂଆଦିଲ୍ଲୀ : ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ କୃଷକଙ୍କୁ ୨୦୦୦ ଟଙ୍କା ଲେଖାଏଁ ମିଳିବ। କର୍ଣ୍ଣାଟକର ବେଲଗାଭିରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କୃଷି ସଚିବ ମନୋନ ଆହୁଜା ଉପସ୍ଥିତ ରହିବେ। ପିଏମ୍ କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨.୨୫ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଗଲାଣି।