ଆଜି ସନ୍ଧ୍ୟାରେ ନବୀନ ନେଇପାରନ୍ତି ବଡ଼ ନିଷ୍ପତ୍ତି
ଆଜି ସନ୍ଧ୍ୟାରେ ନବୀନ ନେଇପାରନ୍ତି ବଡ଼ ନିଷ୍ପତ୍ତି
ଭୁବନେଶ୍ଵର : କରୋନା ମିଟର ଏବେ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି। ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଆଜି ସନ୍ଧ୍ୟାରେ କୋଭିଡ୍ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟ ସଚିବ, ସ୍ଵାସ୍ଥ୍ୟ ସଚିବ ଓ ଉନ୍ନୟନ କମିଶନର ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
ପ୍ରକାଶ ଥାଉକି, ରାଜ୍ୟରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୪ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। କରୋନାର ସମ୍ଭାବ୍ୟ ଚତୁର୍ଥ ଲହର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ସମୀକ୍ଷା ବୈଠକ ଡାକିଛନ୍ତି। ଏହି ବୈଠକରେ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
ପ୍ରକାଶ ଯେ ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୪୭୧ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୩୩ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୧ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୬୧୩୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୬ ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୦୭ ଜଣ,କଟକରୁ ୧୧୯ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ସମ୍ବଲପୁରରୁ ୩୦ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୨୮ ଜଣ ଲେଖାଁଏ, ନୟାଗଡ଼ରୁ ୧୭ ଜଣ, ଜଗତସିଂହପୁରରୁ ୧୮ ଜଣ, ବାଲେଶ୍ବରରୁ ୧୧ ଜଣ, ଭଦ୍ରକ, ଝାରସୁଗୁଡ଼ା, ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ୯ ଜଣ ଲେଖାଁଏ, କଳାହାଣ୍ଡିରୁ ୮ ଜଣ, ବଲାଙ୍ଗୀର, ଗଜପତି ଓ କେନ୍ଦୁଝର ଜିଲ୍ଲାରୁ ୫ ଜଣ ଲେଖାଁଏ, ଅନୁଗୁଳରୁ ୩ ଜଣ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ବରଗଡ଼, ଦେବଗଡ଼, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୭୧ ଜଣ ଆକ୍ରାନ୍ତ ରହିଛନ୍ତି।




admin 