ଆଜି ବେଶ୍ ସରଗରମ ରହିବ ଗୃହ, ରହିଛି ଏହି ବିଭାଗର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ

ଆଜି ବେଶ୍ ସରଗରମ ରହିବ ଗୃହ, ରହିଛି ଏହି ବିଭାଗର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ

ଆଜି ବେଶ୍ ସରଗରମ ରହିବ ଗୃହ,  ରହିଛି ଏହି ବିଭାଗର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ

ଭୁବନେଶ୍ୱର : ଆଜି ବି ବେଶ୍ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ରହିଛି । ସେହିପରି ଶୂନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ।

ଏହାପରେ ବିଜେପି ଦେଇଥିବା ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଦୁଇଦିନ ହେବ ଆଲୋଚନା ହୋଇ ପାରିନଥିବାରୁ ଆଜି ଆଲୋଚନା ହେବାର ସମ୍ଭାବନା ରହିଛି । ଅପରାହ୍ନ ଅଧିବେଶନରେ ଗ୍ରାମ୍ୟ ଉନ୍ନୟନ ଏବଂ ନିର୍ମାଣ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ ।