ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ପ୍ରଥମେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ଫଳ ବାହାରିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇ ଅଫିସିଆଲ ୱେବସାଇଟ୍ cbse.gov.in, www.cbseresults.nic.in ରେ ଫଳ ଉପଲବ୍ଧ ହେବ । ପରେ ସିବିଏସଇ ଦ୍ୱାଦଶ ଓ ଦଶମ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡିବ । ଲିଙ୍କ୍ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍ ନମ୍ବର ଦେବାକୁ ପଡିବ ।  ଦେବା ପରେ ପରୀକ୍ଷା ଫଳ ମାର୍କସିଟ୍ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ୍ ବାହାର କରିପାରିବେ । ଚଳିତବର୍ଷ  ୨୧ଲକ୍ଷ ୧୬ହଜାର ୨୯୦ଜଣ ପରୀକ୍ଷା ଦଶମ ଓ ଦ୍ୱାଦଶରେ ୧୪ଲକ୍ଷ ୫୪ହଜାର ୩୭୦ଜଣ ପରୀକ୍ଷା ଦେଇଥିଲେ । 

ସିବିଏସଇ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ଅଧୀନରେ ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗର ବିଦ୍ୟାଳୟଗୁଡିକ ରହିଛି । ଚଳିତବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ପରୀକ୍ଷା ଫଳ ଓ ଆଇସିଏସଇର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି ।