୨୫ରୁ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା

୨୫ରୁ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ସେସନ୍‌-୨ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିପାଇଁ ଆଜିଠାରୁ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀ ସେମାନଙ୍କ ଜନ୍ମ ତାରିଖ ଓ ଆପ୍ଲିକେସନ୍‌ ନମ୍ବର ଦେଇ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବେ ।

ଏହି ପର୍ୟ୍ୟାୟରେ ସମୁଦାୟ ୬ ଲକ୍ଷ ୨୯ ହଜାର ୭୭୮ ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେବେ । ସମୁଦାୟ ୫୦୦ ସହରରେ ହୋଇଥିବା କେନ୍ଦ୍ରରେ ପରୀକ୍ଷା ହେବ । ଏଥିରୁ ବିଦେଶରେ ୧୭ ସହର ରହିଛି । ତେବେ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ଜୁନ୍‌ ୨୩ରୁ ୨୯ ମଧ୍ୟରେ ହୋଇଥିଲା। ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ସରିବା ପରେ ଦୁଇଟି ପର୍ୟ୍ୟାୟର ମାର୍କ ମିଶାଯାଇ ଛାତ୍ରଛାତ୍ରୀଙ୍କୁ ର‌୍ୟାଙ୍କ୍‌ ମିଳିବ ।