ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କଲା ବିଏମସି

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କଲା ବିଏମସି

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କଲା ବିଏମସି
ଭୁବନେଶ୍ୱର: ରାଜ୍ୟକୁ କରୋନା ପ୍ରକେପରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କମ୍‌ ଟେଷ୍ଟିଂ ହୋଇଥିବାରୁ ଆକ୍ରାନ୍ତ ସଂଖ୍ୟା ଅଧାକୁ ଖସିଯାଇଛି । ମାତ୍ର ମୃତ୍ୟୁରେ ବ୍ରେକ୍‌ ଲାଗିନି । କିନ୍ତୁ ଏହା ଆଶ୍ୱସ୍ତି ବଦଳରେ ଚିନ୍ତାଜନକ ପାଲଟିଛି । ସଂକ୍ରମଣ ଖସିବା ପଛର କାରଣ, କମ୍‌ ନମୁନା ପରୀକ୍ଷା ବା ଟେଷ୍ଟିଂ । ତେବେ ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି । ବିଏମସିର ୩ଟି ଜୋନର ୬ଟି ଆପର୍ଟମେଣ୍ଟରେ ଟିକାକରଣ ଚାଲିଛି । ପ୍ରତି ଆପାର୍ଟମେଣ୍ଟରେ ୨ଶହ ଲୋକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରହିଛି । ଏହି ଅଭିଯାନ ମୁଖ୍ୟତଃ ୪୫ରୁ ଊଦ୍ଧ୍ୱର୍ ବୟସ୍କ ପାଇଁ ଉଦ୍ଧିଷ୍ଟ । ଏହି ଅଭିଯାନ ନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି । ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ଏନେଇ ଆବେଦନ କରିଥିଲା ।