ଆଜି ଆନ୍ତର୍ଜାତୀୟ କନ୍ୟା ଦିବସ

ଆଜି ଆନ୍ତର୍ଜାତୀୟ କନ୍ୟା ଦିବସ

ଆଜି ଆନ୍ତର୍ଜାତୀୟ କନ୍ୟା ଦିବସ

ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ । ଲିଙ୍ଗଗତ ସମାନତା ଓ ଝିଅଙ୍କୁ ସମାନ ସୁଯୋଗ ପ୍ରଦାନ ନିମନ୍ତେ ଏହି ଦିବସ ବିଶ୍ୱବାସୀଙ୍କୁ ଉତ୍ସାହିତ କରେ । ଲିଙ୍ଗ ଯୋଗୁ ସମଗ୍ର ବିଶ୍ୱରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମଧ୍ୟ ଏହା ଫୋକସ କରେ । ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଝିଅମାନେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ।

ଏହି ଭେଦଭାବ ସେମାନଙ୍କ ବିରୁଦ୍ଧରେ ହିଂସା ମଧ୍ୟ ବଢ଼ାଉଛି । କରୋନା ମହାମାରୀ ସମୟରେ ଝିଅଙ୍କ ବିରୁଦ୍ଧରେ ଉପରୋକ୍ତ ଭେଦଭାବ ଅତ୍ୟନ୍ତ ବଢ଼ିଛି । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ବର୍ତ୍ତମାନ ଆମ ସମୟ, ଆମ ଅଧିକାର, ଆମ ଭବିଷ୍ୟତ ।’