ଆଜିଠୁ ବଢିବ ଶୀତ
ଆଜିଠୁ ବଢିବ ଶୀତ
ଭୁବନେଶ୍ୱର: ଆସିଛି ଶୀତଦିନ । ଆଜିଠୁ କ୍ରମେ ବଢ଼ିବ ଶୀତର ପ୍ରଭାବ । ଆଗାମୀ ୪ରୁ ୫ଦିନ ମଧ୍ୟରେ କମିବ ରାତିର ତାପମାତ୍ରା । ଧିରେ ଧିରେ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ତଳକୁ କମିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ବୌଦ୍ଧରେ ୧୩.୫ ଡିଗ୍ରୀ ଓ କୋରାପୁଟରେ ୧୩. ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଛି ।




admin 