ଆଚାର୍ୟ୍ୟ ଶ୍ରୀ ଶ୍ରୀ ଦାଦାଙ୍କ ମହାପ୍ରୟାଣ

ଆଚାର୍ୟ୍ୟ ଶ୍ରୀ ଶ୍ରୀ ଦାଦାଙ୍କ ମହାପ୍ରୟାଣ

ଆଚାର୍ୟ୍ୟ ଶ୍ରୀ ଶ୍ରୀ ଦାଦାଙ୍କ ମହାପ୍ରୟାଣ

କୋଲକାତା: ଆଚାର୍ୟ୍ୟଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଗୁରୁବାର ମହାପ୍ରୟାଣ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ସକାଳ ୯.୪୦ରେ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗୁରୁବାର ଡାକ୍ତରଖାନା ପକ୍ଷରୁ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

 କିଛିଦିନ ଧରି ଶ୍ରୀଶ୍ରୀଦାଦା ଅସୁସ୍ଥ ଥିଲେ। ତାଙ୍କୁ ମିସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଭାରତ ଓ ବିଦେଶରେ ଥିବା କୋଟିକୋଟି ସତସଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି। ବୈଦିକ ବିଧିମତେ ଆଚାର୍ୟ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁରସ୍ଥିତ ସତସଙ୍ଗ ବିହାର ପରିସରରେ ସଂପନନ୍ନ ହୋଇଛି।

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା (ଅଶୋକ ଚକ୍ରବର୍ତ୍ତୀ) ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ବ୍ରତୀ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ବର୍ତ୍ତମାନର ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଠାକୁରଙ୍କର ଜ୍ୟୋଷ୍ଠାତ୍ମଜ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦାଙ୍କର ଜ୍ୟେଷ୍ଠପୁତ୍ର ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ସତସଙ୍ଗର ଆଚାର୍ୟ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ୱ ଓ ନେତୃତ୍ୱରେ କାୟାବିସ୍ତାର କରିଥିଲା ସତସଙ୍ଗ।  ଶ୍ରୀଶ୍ରୀଦାଦାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।