ଆକ୍ସନ ମୋଡରେ କମିଶନରେଟ ପୋଲିସ : ବରମୁଣ୍ଡାରୁ ଆଉ ୪ ଗିରଫ

ଆକ୍ସନ ମୋଡରେ କମିଶନରେଟ ପୋଲିସ : ବରମୁଣ୍ଡାରୁ ଆଉ ୪ ଗିରଫ

ଆକ୍ସନ ମୋଡରେ କମିଶନରେଟ ପୋଲିସ : ବରମୁଣ୍ଡାରୁ ଆଉ ୪ ଗିରଫ
ଭୁବନେଶ୍ୱର: ଦାଦାବଟି ଆଦାୟ ବିରୋଧରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ଆଜି ଅପରାହ୍ନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଏକ୍ସଟର୍ସନ ଟିମ ଉଠାଇ ନେଇଥିବା ବେଳେ ବରମୁଣ୍ଡାରୁ ଆଉ ୪ ଜଣ ଅସାମାଜିକ ତତ୍ୱଙ୍କୁ ପୋଲିସ ଉଠାଇ ନେଇଛି । ଏହି ଯୁବକ ମାନେ ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବସ ଗୁଡିକ ନିକଟରୁ ୨ ହଜାର ଟଙ୍କା ଆଦାୟ କରୁଥିଲେ । ଏହା ସହିତ ସାଧାରଣ ଲୋକ ଦାଦାବଟି ବିରୋଧରେ ସାମ୍ନାକୁ ଆସି ଅଭିଯୋଗ କରନ୍ତୁ ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।