ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ : ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ
କେପ୍ଟାଉନ: ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ। ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଇସିସି ବିଶ୍ବକପର କୌଣସି ବର୍ଗରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ କୌଣସି ବର୍ଗରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିନଥିଲା। କେପ୍ଟାଉନରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣର ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ରବିବାର ଖେଳାଯିବ।
ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ତାଜମିନ ବ୍ରିଟ୍ସ ୬୮ ଓ ଲାଉରା ଉଲଭାଡଟ୍ଙ୍କ ୫୩ରନ ସହାୟତାରେ ୧୬୪ରନ କରିଥିଲା। ଜବାବରେ ଇଂଲଣ୍ଡ ୮ ୱିକେଟରେ ୧୫୮ରନ କରିବାକୁ ସକ୍ଷମ ହୋଇଥିଲା।




admin 