ଆଇପିଏଲ୍‌ ବେଟିଂ କରି ଗିରଫ ହେଲେ ୬

ଆଇପିଏଲ୍‌ ବେଟିଂ କରି ଗିରଫ ହେଲେ ୬

ଆଇପିଏଲ୍‌ ବେଟିଂ କରି ଗିରଫ ହେଲେ ୬

ଗଞ୍ଜାମ:ଏବେ ଚାଲିଛି ଆଇପିଏଲ ମ୍ୟାଚ। ଏହି ସମୟରେ କିଏ ଜିତିବ ଓ କିଏ ହାରିବ ତାହାକୁ ନେଇ ବାଜି ମରା, ଜୁଆ ଖେଳ ଚାଲିଛି। ଯାହାକୁ ଆଇପିଏଲ୍‌ ବେଟିଂ କୁହାଯାଉଛି। ଏହି ବେଆଇନ୍‌ କାମ ଚାଲିଥିବାବେଳେ ଗଞ୍ଜାମରେ ୬ ଜଣଙ୍କୁ ଗିରଫ କରାଯାଇଛି।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ ।  ପାଟପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲରେ ଆଇପିଇଲରେ ବେଟିଂ କରୁଥିବା ସମୟରେ ଚଢ଼ାଉ କରିଥିଲା ପୋଲିସ ।

ଏହା ଏକ ଅପରାଧିକ କାର୍ୟ୍ୟ ହୋଇଥିବା ସ୍ୱତେ ଆଇପିଏଲକୁ ନେଇ କିଛି ଯୁବକ ଏହି କାର୍ୟ୍ୟ କରୁଥିଲେ  । ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏନେଇ ଅବଗତ ହୋଇଥିଲା  । ପରବର୍ତ୍ତୀ ସମୟରେ ସିଧା ସଳଖ ଭାବେ ବେଟିଂ ଆଡ୍ଡାରେ ଚଢାଉ କରିଥିଲା ପାଟପୁର ପୋଲିସ  । ଘଟଣାସ୍ଥଳରେ ୬ ଜଣ ରହିଥିବାବେଳେ ସମସ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ।