ଅସନ୍ତୁଷ୍ଟ ପିଲା ଦେବେ ମାଟି୍ରକ ପରୀକ୍ଷା : ବୋର୍ଡ

ଅସନ୍ତୁଷ୍ଟ ପିଲା ଦେବେ ମାଟି୍ରକ ପରୀକ୍ଷା : ବୋର୍ଡ

ଅସନ୍ତୁଷ୍ଟ ପିଲା ଦେବେ ମାଟି୍ରକ ପରୀକ୍ଷା : ବୋର୍ଡ

ଭୁବନେଶ୍ୱର : ମାଟ୍ରିକ ଫଳାଫଳକୁ ନେଇ ଅନେକ ସ୍ଥାନରେ ବିବାଦ ସୃଷ୍ଟି ହେବା ସହ ଅପ୍ରୀତିକର ସ୍ଥିତି ବି ସୃଷ୍ଟିହୋଇଛି  । ମାଟ୍ରିକ ମାର୍କ ବୃଦ୍ଧି ପାଇଁ ଦାବି କରାଯାଉଛି  । ତେବେ ସାମ୍ବାଦିକ ସମ୍ମିଳନୀରେ ବୋଡର଼୍ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି  । କାହାର ଅଭିଯୋଗ ଆଧାରରେ ମୂଲ୍ୟାୟନ କରାଯିବ ନାହିଁ । ଯିଏ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେବା ହିଁ ଏକମାତ୍ର ବିକଳ୍ପ ବୋଲି ବୋଡର଼୍ ପକ୍ଷରୁ କୁହାଯାଇଛି  । ସେହିପରି ଆସନ୍ତା ଜୁଲାଇ ୫ରୁ ଅଫଲାଇନ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆରମ୍ଭ ହେବ । ଖୁବଶୀଘ୍ର ମାଟ୍ରିକ ଫଳବି ପ୍ରକାଶ ପାଇବ  । ତେଣୁ ଯୁକ୍ତ ଦୁଇରେ ପଢ଼ିବା ପାଇଁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ନବମ ଓ ଦଶମର ପ୍ରିବୋଡର଼୍ ପରୀକ୍ଷା ସହ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସ୍କୁଲର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି  ।