ଅସନ୍ତୁଷ୍ଟଙ୍କୁ ମନାଉଛନ୍ତି ମମତା

ଅସନ୍ତୁଷ୍ଟଙ୍କୁ ମନାଉଛନ୍ତି ମମତା

ଅସନ୍ତୁଷ୍ଟଙ୍କୁ ମନାଉଛନ୍ତି ମମତା
କଲକାତା: ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ତୃଣମୂଳ କଂଗ୍ରେସରେ ପ୍ରାର୍ଥୀ ତାଲିକାକୁ ନେଇ ଟଣାଓଟରା ଲାଗିରହିଛି । ସର୍ବପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ତୃଣମୂଳରେ ଏହାକୁ ନେଇ ଅସନ୍ତୋଷ ଜାରି ରହିବାରୁ ଦଳ ନେତ୍ରୀ ମମତା ବାନାର୍ଜୀ ୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ଏଥି ସହିତ ଅନ୍ୟ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ବହୁ ଅସନ୍ତୁଷ୍ଟ ଦଳ ଛାଡ଼ି ଚାଲିଥିବାରୁ ମମତାଙ୍କୁ ପ୍ରାର୍ଥୀତ୍ୱ ନେଇ ବିଶେଷ ବିବ୍ରତ ହେବାକୁ ପଡ଼ୁନାହିଁ, କେବଳ ଦଳତ୍ୟାଗୀଙ୍କୁ ମୁକାବିଲା ତାଙ୍କ ପ୍ରତି ଯାହା ସମସ୍ୟା ହୋଇଛି । ସେମାନଙ୍କୁ ସେ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେଭଳି ଦୁର୍ଯୋଧନ କିମ୍ବା ଦୁଃଶାସନଙ୍କର ଆବଶ୍ୟକତା ନାହିଁ । ସେମାନଙ୍କୁ ପ୍ରଶୟ ଦେଇଥିବା ବିଜେପିକୁ ରାଜ୍ୟରୁ ବିତାଡ଼ିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।