ଅଳ୍ପକେ ବର୍ତ୍ତିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଅଳ୍ପକେ ବର୍ତ୍ତିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କରେ ଆୟୋଜିତ ଯୋଗ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଯୋଗ ଉତ୍ସବ ଅବସରରେ ମନ୍ତ୍ରୀ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ମନ୍ତ୍ରୀ ଫେରିବା ସମୟରେ ତାଙ୍କ ଗାଡ଼ି ଉପରେ ଯୋଗ ଉତ୍ସବ ପାଇଁ ଲାଗିଥିବା ତୋରଣଟି ଖସି ପଡ଼ିଥିଲା । ତୋରଣ ଖସି ପଡ଼ିବାରୁ ମନ୍ତ୍ରୀଙ୍କ ଗାଡ଼ିର ଆଗପଟ ଚେପା ହୋଇଯାଇଛି । କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି । ଉତ୍ସବର କିଛି ଘଂଟା ମଧ୍ୟରେ ତୋରଣ ଖସିପଡ଼ିଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ପଷ୍ଟ ହୋଇଯାଇଛି । ଫଳରେ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗାଡ଼ି ଚେପା ହୋଇ ଯାଇଥିବାରୁ ମନ୍ତ୍ରୀ ଆଉ ଏକ ଗାଡ଼ିରେ ଆସିବେ ବୋଲି ଜାଣିବାକୁ ମିଳିଛି ।




admin 