ଅନ୍ତରୀକ୍ଷରେ ଭାରତ ରଚିଲା ଇତିହାସ

ଅନ୍ତରୀକ୍ଷରେ ଭାରତ ରଚିଲା ଇତିହାସ

ଅନ୍ତରୀକ୍ଷରେ ଭାରତ ରଚିଲା ଇତିହାସ
ନୂଆଦିଲ୍ଲୀ: ଭାରତ ମହାକାଶ ସୁରକ୍ଷାକ୍ଷେତ୍ରରେ ଏବେ ବୃହତ୍ ଶକ୍ତି ଭାବେ ଉଭା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବଡ଼ ଘୋଷଣା କରିଛନ୍ତି। ମହାକାଶରେ ଭାରତର ସର୍ଜିକାଲ ଷ୍ଟ୍ରଇକ୍ରେ ମାତ୍ର ୩ ମିନିଟ୍ରେ ଏକ ସାଟେଲାଇଟ୍ ଧ୍ୱଂସ ହୋଇଛି। ଭାରତର ଏହି ଉପଲବ୍ଧିକୁ ମିଶନ ଶକ୍ତି ଭାବେ ନାମିତ କରାଯାଇଛି। ପରୀକ୍ଷା ମୂଳକଭାବେ ଲିଓ(ଲୋ ଆର୍ଥ ଅର୍ବିଟ୍)ସାଟେଲାଇଟ୍କୁ ଏ-ସାଟ୍(ଆଣ୍ଟି ସାଟେଲାଇଟ୍) କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ମହାଶକ୍ତି ତାଲିକାରେ ଏପର‌୍ୟ୍ୟନ୍ତ ଦୁନିଆର ତିନୋଟି ରାଷ୍ଟ୍ର ଆମେରିକା, ଋଷ, ଚୀନ ସାମିଲ ଥିଲେ । କିନ୍ତୁ ଭାରତ ଏବେ ଚତୁର୍ଥ ରାଷ୍ଟ୍ର ଭାବେ ଏହି ସିଦ୍ଧି ହାସଲ କରିଛି । ପ୍ରତି ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । କିଛି ସମୟ ପୂର୍ବରୁ ଆମର ବୈଜ୍ଞାନିକ ଅନ୍ତରୀକ୍ଷରେ ୩୦୦ କିମି ଦୂର ଲୋ ଆର୍ଥ ଅର୍ବିଟରେ ଏକ ଲାୟୁ ସାଟେଲାଇଟକୁ ମାରି ତଳେ ଖସାଇଛି । ମୋଦୀ ସମସ୍ତ ଡିଆରଡିଓ ବୈଜ୍ଞାନିକ, ଅନୁସନ୍ଧାନକର୍ତା ତଥା ଅନ୍ୟ ସମ୍ବନ୍ଧିତ କର୍ମୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି, ଆମକୁ ଆମ ବୈଜ୍ଞାନିକଙ୍କ ଉପରେ ଗର୍ବ ରହିଛି ।