ଅଧିନାୟକ ପଦରୁ କୋହଲିଙ୍କ ଭାବବିହ୍ବଳ ବିଦାୟ
ଅଧିନାୟକ ପଦରୁ କୋହଲିଙ୍କ ଭାବବିହ୍ବଳ ବିଦାୟ
ଦୁବାଇ: ଚଳିତ ଟ୍ୱେଣ୍ଟି୨୦ ବିଶ୍ୱକପରେ ନାମିବ୍ୟା ବିପକ୍ଷ ମ୍ୟାଚ ଭାରତର ଟ୍ୱେଣ୍ଟି୨୦ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଅନ୍ତିମ ମ୍ୟାଚ ଥିଲା । ମ୍ୟାଚ ଜିତିବା ପରେ ଭାବବିହ୍ୱଳ ହୋଇ ଟ୍ୱେଣ୍ଟି୨୦ ନେତୃତ୍ୱରୁ ବିଦାୟ ନେଇଥିଲେ କୋହଲି । ସେ କହିଥିଲେ, ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବା ମୋ ପାଇଁ ଏକ ସମ୍ମାନ । ମୋ ଶରୀର ଉପରେ ଚାପକୁ ପରିଚାଳନା କରିବାର ଏହା ସଠିକ ସମୟ । ଗତ ୬/୭ ବର୍ଷ ହେଲା ଯେତେ ଥର ପଡ଼ିଆକୁ ଓହ୍ଲାଇଛୁ, ପୁରା ଦମ ଲଗାଇ ଖେଳିଛୁ । ଏହା ମାନସିକ ଓ ଶାରୀରିକ ଭାବେ ବହୁତ ଭାରାକ୍ରାନ୍ତ କରିଥାଏ । ଦଳରେ ଚମକ୍ରାର ଖେଳାଳି ଥିଲେ ଏବଂ ଦଳଗତ ଭାବେ ଆମେ ଏକାଠି ଭଲ ପ୍ରଦର୍ଶନ କରିଛୁ । ଏହି ବିଶ୍ୱକପରେ ଆମେ ଅଧିକ ଦୂର ଯାଇପାରିନାହୁଁ ସତ, ବେଶ କିଛି ବର୍ଷ ହେଲା ଟ୍ୱେଣ୍ଟି୨୦ କି୍ରକେଟରେ ଚମକ୍ରାର ପ୍ରଦର୍ଶନ କରିଛୁ ଏବଂ ଏକାଠି ଖେଳିବାକୁ ଉପଭୋଗ କରିଛୁ । ଟ୍ୱେଣ୍ଟି୨୦ କି୍ରକେଟ ହେଉଛି ଛୋଟ ବ୍ୟବଧାନର ଖେଳ । ପ୍ରଥମ ୨ଟି ମ୍ୟାଚରେ ଆମେ ଯଦି ୨ ଓଭର ଭଲ ଭାବେ ଖେଳି ଥାଆନ୍ତୁ, ଫଳାଫଳ ଭିନ୍ନ ହୋଇଥାଆନ୍ତା । ଆଗରୁ କହିଛି ଯେ ସାହାସୀ ହୋଇ ଆମେ ଖେଳିନଥିଲୁ । ହେଲେ ଆମ ଦଳ କଦାପି ଟସକୁ ଦୋଷ ଦେଇନାହିଁ । ଦଳର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ବହୁତ ଧନ୍ୟବାଦ । ସେମାନେ ଦଳରେ ଏକ ଚମକ୍ରାର ବାତାବରଣ ସୃଷ୍ଟି କରିଥିଲେ । ସେମାନେ ଆମ ବଡ଼ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ଭାରତୀୟ କି୍ରକେଟ ପ୍ରତି ଏହି ସପୋର୍ଟ ଷ୍ଟାଫଙ୍କ ଅବଦାନ ମଧ୍ୟ କମ ନୁହେଁ ।




admin 