ଅଗଷ୍ଟ ୧୯ରୁ ଅକ୍ଟୋବର ୧୫ ଯାଏଁ ହେବ କଡ଼ା କଟକଣା, କାହିଁକି ଜାଣନ୍ତୁ

ଅଗଷ୍ଟ ୧୯ରୁ ଅକ୍ଟୋବର ୧୫ ଯାଏଁ ହେବ କଡ଼ା କଟକଣା, କାହିଁକି ଜାଣନ୍ତୁ

ଅଗଷ୍ଟ ୧୯ରୁ ଅକ୍ଟୋବର ୧୫ ଯାଏଁ ହେବ କଡ଼ା କଟକଣା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟମାନେ ସ୍ଥାନୀୟ ଅଞ୍ଚଳରେ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ସମସ୍ତ ରାଜ୍ୟଙ୍କୁ ଚିଠି ଲେଖିଛନ୍ତି । ଦେଶରେ ସଂକ୍ରମଣ ଲଗାତର ବଢ଼ୁଥିବା ବେଳେ କେନ୍ଦ୍ର ସରକାର ପୁଣି ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି । ଅଗଷ୍ଟ ୧୯ରେ ମହରମ ଠାରୁ ଆରମ୍ଭ କରି ଅକ୍ଟୋବର ୧୫ ରେ ଦୁର୍ଗା ପୂଜା ଶେଷ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ କଟକଣା ଜାରି ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେଳ ପାର୍ବଣ ଋତୁରେ ପ୍ରବଳ ଭିଡ଼ ହେଉଥିବା ଘଟଣାରେ ଆଇସିଏମଆର ଏବଂ ଏନସିଡିସି ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ସ୍ଥାନୀୟ ସ୍ତରରେ କଟକଣା କଡ଼ାକଡ଼ି କରିବାକୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।