‘ଦୟାବାନ’ ଫିଲ୍ମର ବେଡ୍ରୁମ୍ ସିନ୍, କାହିଁକି କାନ୍ଦିଥିଲେ ମାଧୁରୀ
‘ଦୟାବାନ’ ଫିଲ୍ମର ବେଡ୍ରୁମ୍ ସିନ୍, କାହିଁକି କାନ୍ଦିଥିଲେ ମାଧୁରୀ
ବଲିଉଡ଼ରେ ବହୁ ଲୁକାୟିତ କଥା ରହିଛି ଯାହାକୁ ଜାଣିଲେ ଆପଣ ହୋଇ ଯିବେ ଚକିତ। ବଲିଉଡ଼ ଜଗତର ଏମିତି ବହୁ କାହାଣୀ ଦିନେ ନା ଦିନେ ପଦାକୁ ଆସେ । ଅଭିନେତ୍ରୀ ମାଧୁରୀଙ୍କ ବିଷୟରେ ଏମିତି ଏକ ଖବର ଏବେ ଜଣା ପଡିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ମାଧୁରୀ ଓ ଅଭିନେତା ବିନୋଦ ଖାନ୍ନାଙ୍କ ଏହି ରୋମାଣ୍ଟିକ ସିନ ବଲିଉଡ଼ରେ ଆଜି ଯାଏ ହୋଇଥିବା ସବୁ ରୋମାଣ୍ଟିକ ସିନ୍ ର ସବୁଠୁ ଉପରେ ରହିଛି। ତେବେ ଏହି ରୋମାଣ୍ଟିକ ସିନରେ କଣ ହୋଇଥିଲା ଯାହାକୁ ନେଇ ମାଧୁରୀ କାନ୍ଦି ଥିଲେ ଘଣ୍ଟା ଘଣ୍ଟା ଧରି। ମାଧୁରୀ ଯେତେବେଳେ ଏହି ସିନ କରିଥଲେ ତାଙ୍କ ବୟସ ଥିଲା ବହୁତ କମ । କୁହାଯାଏ ବିନୋଦ ଥିଲେ ମାଧୁରୀଙ୍କ ବାପା ବୟସର ।
ଫିଲ୍ମ ନାମ ଥିଲା ଦୟାଵାନ, ସିନ ଥିଲା ବେଡ଼ ରୁମର। ତେବେ ସିନ୍ ଦେଉ ଦେଉ ବିନୋଦ କୁଆଡେ ଭାବ ପ୍ରବଣ ହୋଇ ପଡ଼ିଥିଲେ। ମାଧୁରୀଙ୍କୁ କିସ୍ ଦେଉ ଦେଉ ଆଉ ଛାଡି ନଥିଲେ। ଫଳରେ ମାଧୁରୀ କାନ୍ଦି ପକାଇ ଥିଲେ। ବହୁ କଷ୍ଟ ରେ ମାଧୁରୀ କୁଆଡେ ତାଙ୍କ କବଳରୁ ମୁକୁଳି ଥିଲେ । ସୁଟିଂ ପରେ ମାଧୁରୀ ଏଥି ପାଇଁ ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ।
ସେତେବେଳେ ଏହି କଥା ମାଧୁରୀଙ୍କୁ ବହୁତ ବଦନାମ କରିଥିଲା । ଟଙ୍କା ପାଇଁ ମାଧୁରୀ ବାପା ବୟସର ବ୍ୟକ୍ତିଙ୍କ ସହ ଏମିତି ବୋଲଡ଼ ସିନ କରିଥଲେ ବୋଲି ସେତେବେଳେ ତାଙ୍କୁ ଅପମାନିତ ହେବାକୁ ପଡିଥିଲା। ଦୟାଵାନ ଫିଲ୍ମ ର ସେହି ବୋଲଡ଼ ସିନ ଆଜି ଯାଏ ହିନ୍ଦୀ ଫିଲ୍ମ ରେ ସର୍ବାଗ୍ରେ ରହିଛି। କୁହାଯାଏ ଆଜି ଯାଏ ଏମିତି ବୋଲଡ ସିନ୍ ଆଉ ହିନ୍ଦୀ ଫିଲ୍ମ ରେ ହୋଇ ନାହିଁ ।/p>
ଅଭିନେତା ବିନୋଦ ଖାନ୍ନା ଆଜି ପରଲୋକରେ। ୨୦୧୭ ରେ ସେ ପରଲୋକ ଗତ ହୋଇଛନ୍ତି। ଆଜି ବି ସେ ଦିନର ଘଟଣା ମାଧୁରୀଙ୍କ ପିଛା ଛାଡ଼ିନି। ଫିଲ୍ମ ରେ ବିନୋଦ ଖାନାଙ୍କ ସହ ଏହି ରୋମାଣ୍ଟିକ ସିନ ପାଇଁ ମାଧୁରୀ ନେଇଥିଲେ କୋଟିଏ ଟଙ୍କା । ତାହା ପୁଣି ଅଲଗା, ଅର୍ଥାତ୍ ଫିଲ୍ମ ଏଗ୍ରୀମେଣ୍ଟ ବାହାରେ। ସେ ଦିନର ସେହି ଅଘଟଣକୁ ନେଇ ଆଜି ବି ମାଧୁରୀ ଅସହଜ ମନେ କରନ୍ତି।




admin 