୨୪ ଘଣ୍ଟାରେ ୫୦ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ, ୫୭୮ ମୃତ

୨୪ ଘଣ୍ଟାରେ ୫୦ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ, ୫୭୮ ମୃତ

୨୪ ଘଣ୍ଟାରେ ୫୦ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ, ୫୭୮ ମୃତ
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୫୦ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୭୮ ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୮ ହଜାର ୫୩୫କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୮ ଲକ୍ଷ ୬୪ ହଜାର ୮୧୧କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୬୮ ହଜାର ୧୫୪ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୭୦ ହଜାର ୭୮ ହଜାର ୧୨୩ଜଣ । ଦେଶରେ ସଂକ୍ରମଣ ମାମଲାଠାରୁ ସୁସ୍ଥ ହାର ୧୦ଗୁଣ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆକ୍ଟିଭ୍‌ ମାମଲା, ମୃତ୍ୟହାର ଓ ସୁସ୍ଥହାର ସର୍ବାଧିକ ରହିଛି । ଦେଶରେ ମୃତ୍ୟୁହାର ୧.୫୦% ରହିଥିବାବେଳେ ଭାରତରେ ଲଗାତାର ସୁସ୍ଥ ହାର ବଢିବାରେ ଲାଗିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଏପର୍ୟ୍ୟନ୍ତ ଦେଶରେ ମୋଟ୍‌ ୧୦ କୋଟି ୨୫ ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।