୨୩ କଏଦୀ ଦେବେ ଇଗନୋ ପରୀକ୍ଷା

୨୩ କଏଦୀ ଦେବେ ଇଗନୋ ପରୀକ୍ଷା

୨୩ କଏଦୀ ଦେବେ ଇଗନୋ ପରୀକ୍ଷା
ଭୁବନେଶ୍ୱର: ଝାରପଡ଼ା ଜେଲର ୨୩ ବିଚାରାଧୀନ କଏଦୀ ଆଜି ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ (ଇଗନୋ) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବିଷୟରେ ପରୀକ୍ଷା ଦେବେ । ଏ ସମ୍ପର୍କରେ ଜେଲରେ ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର କରାଯାଇଛି । ଡିପ୍ଲୋମା ଇନ ଟୁରିଜିମ, ଡିପ୍ଲୋମା ଇନ ଫୁଡ ନୁ୍ୟଟି୍ରସନ, ଡିପ୍ଲୋମା ଇନ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ କଏଦୀମାନେ ପରୀକ୍ଷା ଦେବେ ବୋଲି ଝାରପଡ଼ା ଜେଲ ଅଧୀକ୍ଷକ ଡି.ଏନ ବାରିକ ସୂଚନା ଦେଇଛନ୍ତି । ଦୁଇଟି ସିଫ୍ଟ (ଦିନ ୧୦ଟାରୁ ୧ ଟା ଏବଂ ୧ଟାରୁ ୪ଟା ପର୍ଯ୍ୟନ୍ତ) ରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚିବ । ଜେଲ ଅଧିକାରୀ ଇନଭିଜିଲେଟର ରହିବେ ବୋଲି ଜଣାପଡ଼ିଛି ।