୨୦ ବର୍ଷରେ ୧୮୮୮ ହାଜତ ମୃତ୍ୟୁ

୨୦ ବର୍ଷରେ ୧୮୮୮ ହାଜତ ମୃତ୍ୟୁ

୨୦ ବର୍ଷରେ ୧୮୮୮ ହାଜତ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୦ ବର୍ଷରେ ୧,୮୮୮ ହାଜତ ମୃତୁ୍ୟ ହୋଇଥିବା ରେକର୍ଡ ହୋଇଛି। ଏଥିରେ  ୮୯୩ ପୁଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ୩୫୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । କିନ୍ତୁ ଏହି ସମୟ ମଧ୍ୟରେ ହାଜତ ମୃତୁ୍ୟ ମାମଲାରେ ମାତ୍ର ୨୬ ଜଣ ପୁଲିସ କର୍ମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୧ରୁ ୨୦୨୦ ମସିହା ମଧ୍ୟରେ ଏନସିଆରବିର ବାର୍ଷିକ ଅପରାଧ ରିପୋର୍ଟରୁ ଏହା ଜଣାପଡ଼ିଛି । ନିକଟରେ ଉତ୍ତରପ୍ରଦେଶ କସଗଂଜ ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ଅଲତଫଙ୍କ ମୃତୁ୍ୟ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏନସିଆରବି ତଥ୍ୟ ଅନୁଯାୟୀ ୨୦୦୬ରେ ସର୍ବାଧିକ ୧୧ ଜଣ ପୁଲିସ ହାଜତ ମୃତୁ୍ୟ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ଉତ୍ତରପ୍ରଦେଶର ଏବଂ ୪ ଜଣ ମଧ୍ୟପ୍ରଦେଶର । 

୨୦୨୦ରେ ୭୬ ହାଜତ ମୃତୁ୍ୟ ହୋଇଥିବା ବେଳେ ଗୁଜରାଟରେ ସର୍ବାଧିକ ୧୫ ହାଜତ ମୃତୁ୍ୟ ହୋଇଥିଲା । ହାଜତ ମୃତୁ୍ୟ ମାମଲାରେ ଗତବର୍ଷ କେହି ଜଣେ ହେଲେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି । ୨୦୧୭ ମସିହାର ଏନସିଆରବି ହାଜତ ମୃତୁ୍ୟ ମାମଲାରେ ଗିରଫ ହୋଇଥିବା ପୁଲିସଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛି । ଗତ ୪ ବର୍ଷ ମଧ୍ୟରେ ୯୬ ପୁଲିସ ଗିରଫ ହେଲେଣି । ଏନସିଆରବି ହାଜତ ମୃତୁ୍ୟକୁ ୨ ଭାଗରେ ବିଭକ୍ତ କରିଛି । ଏନସିଆରବି ତଥ୍ୟ ଅନୁଯାୟୀ ରିମାଣ୍ଡରେ ଥାଇ ୧୧୮୫ ଜଣଙ୍କ ହାଜତ ମୃତୁ୍ୟ ହୋଇଥିବା ବେଳେ ଅନ୍ୟପକ୍ଷରେ ବିନା ରିମାଣ୍ଡରେ ୭୦୩ ଜଣଙ୍କ ହାଜତ ମୃତୁ୍ୟ ହୋଇଛି ।