୨ ଡଷ୍ଟବିନ ନଥିଲେ ସିଲ ହେବ ଦୋକାନ

୨ ଡଷ୍ଟବିନ ନଥିଲେ ସିଲ ହେବ ଦୋକାନ

୨ ଡଷ୍ଟବିନ ନଥିଲେ ସିଲ ହେବ ଦୋକାନ
ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ଯେପରି ଭଲ ର୍ୟାଙ୍କ ମିଳିବ, ସେଥିପାଇଁ ବିଏମସି ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଚି । ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ ରଖ୍ିବେନି ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଉଛି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ବ୍ୟାପକ ସଚେତନତା ସତ୍ତ୍ୱେ ବ୍ୟବସାୟୀମାନେ ଦୋକାନ ସମ୍ମୁଖରେ ଦୁଇଟି ଡଷ୍ଟବିନ ରଖୁନାହାନ୍ତି । ସମସ୍ତେ ଜୈବ ବର୍ଜ୍ୟ ଓ ଅଜୈବ ବର୍ଜ୍ୟ ପାଇଁ ଦୁଇଟି ଡଷ୍ଟବିନ ରଖିବାକୁ ହେବ । ଏ ନେଇ ଆସନ୍ତା ତିନି ଦିନ ମାଇକ ଯୋଗେ ପ୍ରକାର କରାଯିବ । ଏହା ପରେ ୨୮ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ । ଯିଏ ଡଷ୍ଟବିନ ରଖି ନଥିବେ ତାଙ୍କ ଦୋକାନ ସିଲ କରାଯାଇ ଜରିମାନା ଆଦାୟ କରାଯିବ । ଉଠାଦୋକାନୀ ହୋଇଥିଲେ ଉଚ୍ଛେଦ ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।