୧୦ମ ପାସ୍ ପିଲା ପାଇଁ ଖୁସି ଖବର : ଯୁକ୍ତ ୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

୧୦ମ ପାସ୍ ପିଲା ପାଇଁ ଖୁସି ଖବର : ଯୁକ୍ତ ୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

୧୦ମ ପାସ୍ ପିଲା ପାଇଁ ଖୁସି ଖବର : ଯୁକ୍ତ ୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: +୨ ସିଟ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ କରିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ଜୁନିଅର କଲେଜରେ +୨ ସିଟ ବଢାଇବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।  ରାଜ୍ୟ ସରକାର ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟକୁ ଅନୁମତି ଦେଇଛନ୍ତି ।  

ଯେଉଁ ଜୁନିଅର କଲେଜମାନେ ସିଟ ବଢାଇବା ପାଇଁ ଚାହିଁବେ ସେମାନେ ଆବେଦନ କରିପାରିବେ ।  ସିଟ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାମ୍ସରେ ଅନଲାଇନ ଜରିଆରେ ଆବେଦନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । 

ପ୍ରକାଶ ଯେ, ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧ଜଣ ପିଲା ମାଟ୍ରିକ ପାସ କରିଛନ୍ତି ।  ତେବେ ରାଜ୍ୟରେ +୨ ସିଟ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ଟି ଥିବା ଜଣାଯାଇଛି ।