ହିମସ୍ଖଳନରେ ଆଉ ଜଣେ ଓଡ଼ିଆ ଯୁବକ ନିଖୋଜ

ହିମସ୍ଖଳନରେ ଆଉ ଜଣେ ଓଡ଼ିଆ ଯୁବକ ନିଖୋଜ

ହିମସ୍ଖଳନରେ ଆଉ ଜଣେ ଓଡ଼ିଆ ଯୁବକ ନିଖୋଜ
ଭୁବନେଶ୍ୱର: ଉତରାଖଣ୍ଡର ଚାମୋଲି ଜିଲ୍ଲାରେ ବରଫ ଖଣ୍ଡ ଖସି ସୃଷ୍ଟି ହୋଇଥିବା ବନ୍ୟାରେ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ନିଖୋଜ ଥିବା ଜଣାପଡିଛି । ଖୁଂଟା ବ୍ଲକ ବାଙ୍ଗର ଗାଁର ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ଉତରାଖଣ୍ଡର ଋଷିଗଙ୍ଗା ପାୱାର ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୭ ତାରିଖରୁ ତାଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ହୋଇପାରୁନାହିଁ ବୋଲି ପରିବାର ଲୋକେ କହିଛନ୍ତି । ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।