ହାଇଦର ଆସିବା କୁହାଯାଇନଥିଲା !

ହାଇଦର ଆସିବା କୁହାଯାଇନଥିଲା !

ହାଇଦର ଆସିବା କୁହାଯାଇନଥିଲା !
ଭୁବନେଶ୍ୱର: ହାଇଦର ଫେରାର ନେଇ ଏସସିବିରେ ପୋଲିସର ଯାଂଚ ପ୍ରସଙ୍ଗ । କ୍ୟାମେରା ଆଗରେ ମୁହଁ ଖୋଲିଲେ ଏସସିବି ଅଧୀକ୍ଷକ ଳୁସି ଦାସ । ସେ କହିଛନ୍ତି ଯେ, ନିୟମ ଅନୁସାରେ ହାଇଦରକୁ କ୍ୟାବିନ୍ ଦିଆଯାଇଥିଲା । ହାଇଦରକୁ ଏସସିବି ଆଣିବା ନେଇ ଆମକୁ କିଛି ଖବର ଦିଆଯାଇ ନଥିଲା । ଅନ୍ୟ ସାଧାରଣ ରୋଗୀଙ୍କ ଭଳି କ୍ୟାବିନ ମିଳିଥିଲା, ଚିକିତ୍ସା ଚାଲିିଥିଲା । ହାଇଦର ସଂପର୍କିତ ସମସ୍ତ କାଗଜପତ୍ର ପୋଲିସ ଯାଂଚ କରି ନେଇଛି । ସର୍ଜରୀ ବିଭାଗ ମୁଖ୍ୟଙ୍କ ସହ ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରିଛି ବୋଲି ଏସସିବି ଅଧୀକ୍ଷକ କହିଛନ୍ତି ।