ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ :ସ୍ପଷ୍ଟ ଅକ୍ଷରରେ ପ୍ରେସକି୍ରପସନ ଲେଖିବେ ଡାକ୍ତର
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ :ସ୍ପଷ୍ଟ ଅକ୍ଷରରେ ପ୍ରେସକି୍ରପସନ ଲେଖିବେ ଡାକ୍ତର
admin
Aug 13, 2020 - 09:15
Updated: Aug 13, 2020 - 09:15
କଟକ: ଅନେକ ସମୟରେ ଡାକ୍ତରଙ୍କ ପ୍ରେସକି୍ରପସନ ପଢ଼ି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକି୍ରପସନରେ ଔଷଧର ନାଁ ବଡ଼ ଅକ୍ଷର (କ୍ୟାପିଟାଲ ଲେଟର) ରେ ସ୍ପଷ୍ଟ ଭାବେ ଲେଖିବେ । ୨୦୧୬, ସେପ୍ଟେମ୍ବର ୨୧ରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲା । ଏମସିଆଇ ବିଜ୍ଞପ୍ତିକୁ ଆଧାର କରି ଏଭଳି ନିୟମ କାର୍ଯ୍ୟକାର କରିବା ପାଇଁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ରାଜ୍ୟ ମଧ୍ୟ ସ୍ୱତନ୍ତ୍ର ସର୍କୁଲାର ଜାରି କରିଛନ୍ତି । ତେଣୁ ରାଜ୍ୟର ମୁଖ୍ୟ ସଚିବ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବା ସହିତ ଏମସିଆଇ ଓ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଜଣେ ମାରାତ୍ମକ ପରିଣତି ଭୋଗ କରିବାର ଆଶଙ୍କା ରହିଥିବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏପରି ନିଦେ୍ର୍ଧଶ ପ୍ରଦାନ କରିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ରଖିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ରାୟରେ ଉଲ୍ଲେଖ କରାଯାଇଛି ଯେ, ଡାକ୍ତରଙ୍କ ପ୍ରେସକି୍ରପସନ, ଓପିଡି ସ୍ଲିପ, ପୋଷ୍ଟମର୍ଟମ ରିପୋର୍ଟ, ଇଞ୍ଜୁରି ରିପୋର୍ଟର ଇତ୍ୟାଦିର ଲେଖା ସ୍ପଷ୍ଟ ହେବା ସହିତ ବୋଧଗମ୍ୟ ହେବା ଆବଶ୍ୟକ । ଗୋଟିଏ ମେଡିକାଲ ରିପୋର୍ଟରେ କୌଣସି ଦ୍ୱନ୍ଦ୍ୱ ବା ତାହାର ଅର୍ଥ ଖୋଜିବା ଭଳି ସ୍ଥିତି ରହିବା ଅନୁଚିତ । ଡାକ୍ତରୀ ପେସା ପାଇଁ ଯଥେଷ୍ଟ ସମ୍ମାନ ରହିଛି ଓ କୋଭିଡ-୧୯ ସ୍ଥିତିିରେ ଡାକ୍ତରଙ୍କ ସେବା ଓ କାର୍ଯ୍ୟ ପ୍ରଶଂସନୀୟ । ଡାକ୍ତରଙ୍କ ତ୍ୟାଗ ଓ ମେଡିକାଲ ପେସାକୁ ସାରା ଦେଶ ପ୍ରଣାମ କରୁଛି । କିନ୍ତୁ ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଚିକିତ୍ସାରେ ବିଳମ୍ବ ହୋଇପାରେ । ଅଯଥା ଟେଷ୍ଟ ପାଇଁ ପରିସ୍ଥିିିତି ସୃଷ୍ଟି ହୋଇପାରେ । ଏହାର ମାରାତ୍ମକ ପରିଣତି ହୁଏତ କାହାକୁ ଭୋଗ କରିବାକୁ ପଡ଼ିପାରେ । ଅନେକ ସମୟରେ ପ୍ରେସକି୍ରପସନରେ ଲେଖା ଯାଇଥିବା କଥାର ଅର୍ଥ ବୁଝିବାରେ ଫାର୍ମାସିଷ୍ଟ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ।