ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀରେ ୧୯୬ ଦିନରେ ସତ୍ୟବ୍ରତ ଙ୍କ ପଦଯାତ୍ରା

ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀରେ ୧୯୬ ଦିନରେ ସତ୍ୟବ୍ରତ ଙ୍କ ପଦଯାତ୍ରା

ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀରେ ୧୯୬ ଦିନରେ ସତ୍ୟବ୍ରତ ଙ୍କ ପଦଯାତ୍ରା
ବେଲପଡା(ମନୋଜ କୁମାର ମିଶ୍ର) - ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ଜଗତସିଂପୁର ଜିଲ୍ଲା- ବାଲିକୁଦା ଥାନା ଅନ୍ତର୍ଗତ ଭଗବାନସିଂଢୋଲ ଗ୍ରାମ ର ସତ୍ୟବ୍ରତ ଦାସ ନାମକ ୩୫ ବର୍ଷିୟ ଯୁବକ ଜନଜାଗରଣ ପାଇଁ ୧୯୬ ଦିନ ରେ ପ୍ରାୟ ୪୦୦୦କିମି ପଦଯାତ୍ରା କରି ଆଜି ବୁଧବାର ବେଲପଡା ବ୍ଲକ ରେ ପହଂଚିଛନ୍ତି । ବେଲପଡା ରେ ପହଂଚି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀ ନେଇ ରାଷ୍ଠ୍ରପତି ଙ୍କ ଉଦେ୍ଧଶ୍ୟ ରେ ଏକ ଦାବୀ ପତ୍ର ବିଡିଓ ଭିକ୍ଟର ସୋରେଙ୍ଗ କୁ ପ୍ରଦାନ କରିଛନ୍ତି ।ବେକ ରେ ଏକ ଲିପଲେଟ ଝୁଲାଇ ହାତ ରେ ଜାତୀୟ ପତାକା (ତ୍ରୀରଙ୍ଗା )ଧରି ସେ ଗତ ଜୁଲାଇ ୧୦ତାରିଖ ଯାଜପୁର ଜିଲ୍ଲ ବଡଚଣା ବ୍ଲକ ବିଡିଓ ଙ୍କୁ ଦାବୀ ପତ୍ର ଦେଇ ପଦଯାତ୍ରା ଆରମ୍ଭ କରିଛନ୍ତି । ଓଡିଶା କୁ ବହୁ ଅବହେଳିତ ହୋଇପଡିଛି ଓଡିଶା ବାସୀ ଙ୍କ ହକ ହେଉଛି ସ୍ୱତନ୍ତ୍ର ରାଜ୍ୟ ପା୍ୟାହା ଦାବୀ ରାଜ୍ୟବାସୀ ଙ୍କ ହକ ପାଇଁ ତାଙ୍କର ପଦଯାତ୍ରା ଓ ରାଜ୍ୟ ର ସମସ୍ତ ଜିଲ୍ଲା ର ସମସ୍ତ ୩୧୪ ବ୍ଲକ ପରିକ୍ରମା କରି ରାଷ୍ଠ୍ରପତି ଙ୍କୁ ବିଡିଓ ମାନଙ୍କ ଜରିଆରେ ଦାବୀ ପ୍ରଦାନ କରିବେ ଓ କେନ୍ଦ୍ର ସରକାର ଏହି ଦାବୀ କୁ ପୁରଣ କରିବେ ବୋଲି ଆଶା ରଖିଥିବା କୁହନ୍ତି ସତ୍ୟବ୍ରତ । ଆଜି ୨୨ତା ବେଲପଡା ରେ ପହଂଚିବା ପରେ ବହୁଜନସାଧାରଣ ତାଙ୍କୁ ଭେଟି ପଦଯାତ୍ରା ର ଆଭିମୁଖ୍ୟ କୁ ପ୍ରସଂଶା କରିଛନ୍ତି ଆଜି ବେଲପଡା ରେ ରାତ୍ରୀ ଯାପନ ପରେ ୨୩ତା ସକାଳୁ ପାଟଣାଗଡ ବ୍ଲକ ଅଭିମୁଖେ ଯାତ୍ରା କରିବେ ।