ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ ’ନିଭାର୍‌’

ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ ’ନିଭାର୍‌’

ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ ’ନିଭାର୍‌’
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହେଉଛି ବାତ୍ୟା ନିଭାର। ୨୫ ତାରିଖ ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ’ନିଭାର୍‌’ । ତେବେ ଏହି ସାମୁଦ୍ରିକ ଝଡର ବିଶେଷ ପ୍ରଭାବ ଓଡ଼ିଶାରେ ପଡିବନି ବୋଲି ସୂଚନା ରହିଛି । ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା ନିଭାର ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଥିବ। ତେଣୁ ପବର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଧ୍ର ଏବଂ ଓଡ଼ିଶାରେ ପବନର ସମ୍ଭାବନା କମ ଥିଲେ ହେଁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୬ଟି ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରିଥିବା ବେଳେ ୯ଟି ଟ୍ରେନକୁ ଆଶିଂକ ବାତିଲ କରିଛନ୍ତି।