ସୈନ୍ୟ ପ୍ରତ୍ୟାହାର କଲା ଚୀନ
ସୈନ୍ୟ ପ୍ରତ୍ୟାହାର କଲା ଚୀନ
ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ୧୬ତମ କୋର କମାଣ୍ଡରସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି । ତେବେ ଗତ ଦୁଇ ବର୍ଷ ହେଲେ ଏତେ ଥର ଆଲୋଚନା ସତ୍ତ୍ବେ ଅଚଳାବସ୍ଥା ଲାଗି ରହିଥିଲା, କିନ୍ତୁ ଏଥର କିପରି ହଠାତ ସହମତି ସୃଷ୍ଟି ହୋଇଗଲା ?ଏ ସଂପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନର ଯେ ହଠାତ ହୃଦୟ ପରିବର୍ତ୍ତନ ହେଲା ତାହା ଭାବିବା ବୋକାମୀ ହେବ । ପ୍ରକୃତ କଥା ହେଉଛି, ଆସନ୍ତା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି । ଏହି ସାକ୍ଷାତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛନ୍ତି । ଏଣୁ ବିପଦ ଟଳିଗଲା ବୋଲି ଭାବିବା ଉଚିତ ନୁହେଁ । ଏଣୁ ଭାରତକୁ ସତର୍କ ରହିବାକୁ ହେବ ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ସେପ୍ଟେମ୍ବର ୧୫-୧୬ ତାରିଖରେ ଉଜବେକିସ୍ତାନର ସମରକନ୍ଦ ଠାରେ ହେବ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ସାକ୍ଷାତ କରିବାର ସମ୍ଭାବନା ରହିଛି ।




admin 