ସୁଟିଂକୁ ଫେରିଲେ ଅକ୍ଷୟ ।

ସୁଟିଂକୁ ଫେରିଲେ ଅକ୍ଷୟ ।

ସୋମବାର ଖିଲାଡ଼ି ଅକ୍ଷୟ କୁମାର ଓ ଚଳଚ୍ଚିତ୍ର ନିର୍ମାତା ଆର ବାଲକି ଏକ ବିଜ୍ଞାପନ ସୁଟିଂ କରିଛନ୍ତି । ଲକଡାଉନ ପରବର୍ତ୍ତୀ ସମୟରେ କିଭଳି ସଚେତନ ରହିବାକୁ ହେବ ଓ ଏଥିପାଇଁ ପ୍ରତିଟି ନାଗରିକର କଣ କଣ ଦାୟିତ୍ୱ ରହିଛି, ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ଏକ ଅଭିଯାନ ପାଇଁ ଏହି ବିଜ୍ଞାପନର ସୁଟିଂ ବୋଲି ଆର ବାଲକି କହିଛନ୍ତି । କମଲିସ୍ଥାନ ଷ୍ଟୁଡିଓରେ ଏହି ବିଜ୍ଞାପନର ସୁଟିଂ ହେଉଥିବା ବେଳେ କରୋନା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଥିବା ବାଲକି କହିଛନ୍ତି । ସୁଟିଂ ସେଟରେ ସମସ୍ତେ ମାସ୍କ ପିନ୍ଧିବା ସହ କମରୁ କମ ଲୋକଙ୍କୁ ନେଇ ସୁଟି କରାଯାଇଛି । ଏହି ବିଜ୍ଞାପନରେ ଲୋକମାନଙ୍କୁ କୁହାଯାଇଛି, ଆମକୁ ଆମ ଜୀବିକାକୁ ଫେରିବାକୁ ପଡ଼ିବ । କିନ୍ତୁ ଦାୟିତ୍ୱର ସହ । ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ବିଜ୍ଞାପନରେ ସତର୍କ କରାଯାଇଛି । ଆର ବାଲକି କହିଛନ୍ତି, ସୁଟିଂ ସେଟରେ ଆମେ ଏକ କଡ଼ା ନିୟମ ପାଳନ କରିଥିଲୁ । ସାମାଜିକ ଦୂରତା ରକ୍ଷା କରିବା ସହ ସେଟକୁ ସାନିଟାଇଜ କରିବା, ସ୍କ୍ରିନିଂଗୁଡ଼ିକୁ ବିଶୋଧିତ କରିବା ଆଉ ସମସ୍ତେ ମାସ୍କ ପିନ୍ଧିବା ଆଦି ନିୟମ ମାନୁଥିଲୁ ଓ ପରେ ଏହା ଅଭ୍ୟାସରେ ପରିଣତ ହୋଇଗଲା ।