ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି କାଶିମପୁର ଠାରେ ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । ଏଥିରେ ମୁଖ୍ୟଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଏଥିରେ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେଇ ବ୍ୟକ୍ତି ସ୍ୱାର୍ଥବାଦ ଠାରୁ ରାଷ୍ଟ୍ରବାଦ ସର୍ବଦା ଊଦ୍ଧ୍ୱର୍ରେ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ବୈଷ୍ଣବ ନାୟକ ସ୍ମୃତି କମିଟିର ସମ୍ପାଦକ ଧୀରେନ୍ଦ୍ର ନାୟକ ବିବରଣୀ ପାଠ ସହ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସଂଗ୍ରାମୀ ରାମହରି ଗୋସ୍ୱାମୀ, ବ୍ରଜକିଶୋର ବେହେରା, ସୁରେନ୍ଦ୍ର ନାୟକ, ଶଶିଭୂଷଣ ଦାସ, ବୃନ୍ଦାବନ ରାଉତ, ବାଳକୃଷ୍ଣ ଜେନା, ଭାଗୀରଥୀ ସାହୁଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ସଂଗ୍ରାମୀ ବୈଷ୍ଣବ ନାୟକ ସ୍ମୃତି ସ୍ମରଣିକା ଲୋକାର୍ପିତ ହୋଇଥିଲା । ଏଭଳି ପୂଜ୍ୟପୂଜା କାର୍ଯ୍ୟକ୍ରମ ଅବସରରେ ବୈଷ୍ଣବ ନାୟକ ସ୍ମୃତି କମିଟିର ସଭାପତି ନରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଧିରେନ୍ଦ୍ର କୁମାର ନାୟକ, ଚନ୍ଦ୍ରମାଧବ ନାୟକ, ମୋନାଲିସା ନାୟକ, ଚିତ୍ତ ରଞ୍ଜନ ବରାଳ, ଚିରଞ୍ଜିବୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।