ଶୟନ କକ୍ଷର ବାସ୍ତୁ ଟିପ୍ସ

ଶୟନ କକ୍ଷର ବାସ୍ତୁ ଟିପ୍ସ

ଶୟନ କକ୍ଷର ବାସ୍ତୁ ଟିପ୍ସ

ଶୟନ କକ୍ଷ ଏପରି ଏକ ସ୍ଥାନ ଯେଉଁଠାରେ ଜଣେ ବ୍ୟକ୍ତି ଦିନସାରାର ଥକ୍କା ଦୂର କରିଥାଏ । ଅନେକ ସମୟରେ ଦେଖାଯାଏ ଯେ ଅଭାବ ଅସୁବିଧାରେ ଥାଇ ମଧ୍ୟ ବିବାହିତ ଜୀବନ ଭଲ ଭାବରେ ଚାଲିଥାଏ । କିନ୍ତୁ ଅନେକ ଘର ଏମିତି ଅଛି, ଯେଉଁଠାରେ ସବୁ ଆରାମ ଓ ସୁବିଧା ଥାଇ ମଧ୍ୟ ଛୋଟଛୋଟ କଥା ଉପରେ ପତି-ପତ୍ନୀ ମଧ୍ୟରେ କଳହ ଲାଗି ରହିଥାଏ । ତେଣୁ ସେମାନଙ୍କର ଶୟନ କକ୍ଷ ବାସ୍ତୁଶାସ୍ତ୍ର ଅନୁସାରେ ହେବା ଅତ୍ୟନ୍ତ ଜରୁରୀ ।

ଶୋଇବା ଘର ପାଇଁ କ’ଣ ଠିକ୍ ଏବଂ ଭୁଲ୍

– ସ୍ୱାମୀ-ସ୍ତ୍ରୀ ସଂପର୍କରେ ସୁଦୃଢ ଏବଂ ପ୍ରେମ ବଜାୟ ରଖିବା ପାଇଁ, ବେଡ୍ କୁ କଦାପି ବିମ୍ ତଳେ ରଖାଯିବା ଉଚିତ୍ ନୁହେଁ । ବିମ୍ ପୃଥକତାର ପ୍ରତୀକ, ଯାହା ସମ୍ପର୍କରେ ଦୂରତା ବଢାଇଥାଏ । ଯଦି ଏହା କରିବା ସମ୍ଭବ ନୁହେଁ, ତେବେ ବିମ୍ ତଳେ ଏକ ବଂଶୀ କିମ୍ବା ୱିଣ୍ଡ ଚାଇମ୍ ଟାଙ୍ଗିବା ଉଚିତ୍ । ଏହା ବାସ୍ତୁ ଦୋଷ ଦୂର କରେ ।

-ବାସ୍ତୁଙ୍କ ଅନୁଯାୟୀ, ଶୋଇବା ଘରେ ଏକ ଦର୍ପଣ ରହିବା ଉଚିତ୍ ନୁହେଁ । ଯଦି ଏହା ଥାଏ, ତେବେ ଶୋଇବା ସମୟରେ ଏହାକୁ ଘୋଡାଇ ରଖନ୍ତୁ ।

-ବାସ୍ତୁ ଦୋଷ ଉତ୍ପାନ୍ନ ନ ହୁଏ, ସେଥିପାଇଁ ଶୟନ କକ୍ଷରେ ଥିବା ଆଲୋକ ଅତ୍ୟନ୍ତ ଉଜ୍ବଳ ହେବା ଉଚିତ୍ ନୁହେଁ । ବେଡ୍ ଉପରେ ସିଧାସଳଖ ଆଲୋକ ପଡିବା ଉଚିତ୍ ନୁହେଁ । ଆଲୋକ ସବୁବେଳେ ପଛ କିମ୍ବା ବାମ ପାର୍ଶ୍ୱରୁ ଆସିବା ଉଚିତ୍ ।

– ଶୋଇବା ଘରର କବାଟ ପାଖରେ ବେଡ ରହିବା ଉଚିତ୍ ନୁହେଁ । ଏପରି ହେଲେ ମନରେ ଅଶାନ୍ତି ଏବଂ ଚିନ୍ତା ବଢିଥାଏ ।

– ଯଦି ଶୌଚାଳୟ ଶୋଇବା ଘର ସହ ରହିଥାଏ, ତେବେ ତାହାର ଦ୍ୱାର ସର୍ବଦା ବନ୍ଦ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଏହାର ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନକୁ ବଗାଡି ପାରେ । କଦାପି ଅଜାଣତରେ ଜଙ୍କ୍ କିମ୍ବା ଅଳିଆ ପରି ଜିନିଷକୁ ଖଟ ତଳେ ରଖନ୍ତୁ ନାହିଁ ।

– କାନ୍ଥଗୁଡ଼ିକ କଦାପ ଧଳା କିମ୍ବା ନାଲି ରଙ୍ଗର ହେବା ଉଚିତ୍ ନୁହେଁ । ଗାଢ ରଙ୍ଗ ଅପେକ୍ଷା ହାଲୁକା ରଙ୍ଗ ଶୟନ କକ୍ଷ ପାଇଁ ଭଲ। ସବୁଜ, ଗୋଲାପୀ କିମ୍ବା ଆକାଶ ରଙ୍ଗ ଏକ ଭଲ ପ୍ରଭାବ ପକାଇଥାଏ। କୋଠରୀରେ ସକରାତ୍ମକ ଶକ୍ତି ସୃଷ୍ଟି କରେ । ପରସ୍ପର ମଧ୍ୟରେ ମତଭେଦକୁ କମ କରିବା ପାଇଁ ଆପଣ ଏହି ରଙ୍ଗର ପରଦା ଏବଂ ବେଡସିଟ୍ ମଧ୍ୟ ବ୍ୟବହାର କରିପାରିବେ ।

– ଅପରାଧ, ନିର୍ୟାତନା, ବିଶୃଙ୍ଖଳା ଆଦିକୁ ଦର୍ଶାଉ ଥିବା କୌଣସି ଫଟୋ ଶୟନ କକ୍ଷରେ ରଖନ୍ତୁ ନାହିଁ। ଦମ୍ପତିଙ୍କ ବିବାହର ଫଟୋ ରଖିବା ଦ୍ବାରା ପରସ୍ପର ମଧ୍ୟରେ ପ୍ରେମ ବଢାଇଥାଏ ।

– ଅତିଥି ଏବଂ ବନ୍ଧୁମାନଙ୍କୁ ଗେଷ୍ଟ ହାଉସରେ କିମ୍ବା ଡ୍ରଇଂ ରୁମରେ ବସାନ୍ତୁ । ସମସ୍ତଙ୍କୁ ଆପଣଙ୍କ ଶୋଇବା ଘରକୁ ଅଣାଯିବା ଉଚିତ୍ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଦ୍ବାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଦୂରତା ଆସିଥାଏ ।

-ପରସ୍ପର ମଧ୍ୟରେ ପ୍ରେମ ଏବଂ ଶୟନ କକ୍ଷର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମନି ପ୍ଲାଣ୍ଟ ମଧ୍ୟ ଲଗାଇପାରିବେ । ମନି ପ୍ଲାଣ୍ଟ ଶୁକ୍ରର କାରଣ । ମନି ପ୍ଲାଣ୍ଟ ରଖିବା ଦ୍ବାରା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଉନ୍ନତି ହୁଏ ।

–ବାସ୍ତୁ ଅନୁଯାୟୀ, ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ । ଯାହାଫଳରେ ପୃଥିବୀର ଚୁମ୍ବକୀୟ ଗୁଣ ଯୋଗୁଁ ଆପଣ ଦୀର୍ଘାୟୁ ଏବଂ ଗଭୀର ନିଦ ପାଇପାରିବେ । ଆରାମଦାୟକ ଏବଂ ପୂର୍ଣ୍ଣ ନିଦ ବିବାହିତ ଜୀବନକୁ ଅଧିକ ଆନନ୍ଦଦାୟକ କରିଥାଏ ।

-ଶୋଇବା ଘରେ ପ୍ରବାହିତ ଜଳ (ପ୍ରବାହିତ ନଦୀ କିମ୍ବା ଜଳପ୍ରପାତ), ବରଫ ପର୍ବତ କିମ୍ବା ଆକ୍ୱାରିୟମ କେବେବି ରଖନ୍ତୁ ନାହିଁ। ଏହା ନିଜ ମଧ୍ୟରେ ତିକ୍ତତାକୁ ବୃଦ୍ଧି କରାଇଥାଏ ।