ଶାହରୁଖଙ୍କୁ ଟାର୍ଗେଟ କଲେ କଙ୍ଗନା, କହିଲେ ଏମିତି
ଶାହରୁଖଙ୍କୁ ଟାର୍ଗେଟ କଲେ କଙ୍ଗନା, କହିଲେ ଏମିତି
କମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସପାର୍ଟି ମାମଲାରେ ପୁଣିଥରେ ଶାହାରୁଖ୍ ଖାନଙ୍କୁ ଟାର୍ଗେଟ କରିଚନ୍ତି ବଲିଉଡ କୁଇନ କଙ୍ଗନା ରଣାୱତ । ଶାହାରୁଖଙ୍କ ପୁଅ ଆର୍ୟନ ଖାନ ଏହି ଘଟଣାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି । ତେବେ ଏଭଳି ସମୟରେ ମୁହଁ ଖୋଲିଛନ୍ତି କଙ୍ଗନା । କଙ୍ଗନା ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ୨୦୧୪ରେ ଜ୍ୟାକି ଚ୍ୟାନ୍ ତାଙ୍କ ପୁଅର ଭୁଲ ନେଇ କ୍ଷମା ମାଗିଥିଲେ ।
ସୂଚନାଯୋଗ୍ୟ ଯେ, ଡ୍ରଗ୍ସ ମାମଲାରେ ଜ୍ୟାକିଙ୍କ ପୁଅ ଗିରଫ ହେବାପରେ ସେ କହିଥିଲେ, ମୁଁ ମୋ ପୁତ୍ରର କାର୍ୟ୍ୟକଳାପ ନେଇ ଲଜ୍ଜିତ । ଏନେଇ ସମସ୍ତଙ୍କୁ କ୍ଷମା ମାଗୁଛି । ଏହା ମୋର ବିଫଳତାର କାରଣ, ତାକୁ ରକ୍ଷା କରିବା ପାଇଁ କୌଣସି ପ୍ରକାର ହସ୍ତକ୍ଷପ କରିବି ନାହିଁ । ଜ୍ୟାକିଙ୍କ ପୁଅକୁ ୬ମାସ ଜେଲ୍ ହୋଇଥିଲା । କଙ୍ଗନା ଏହି ପୋଷ୍ଟକୁ ସେୟାର କରିବା ସହ ତଳେ ଲେଖିଛନନ୍ତି, ବାସ୍ କହିବା କଥା ବୋଲି କହୁଛି । ସେ ଏ ସମ୍ପର୍କିତ ୨ଟି ଫଟୋ ମଧ୍ୟ ସେୟାର କରିିଛନ୍ତି ।




admin 